jayashree

ତୁରେକେଲା ପୋଲିସ ଦ୍ୱାରା ୨୨ଜଣ ଦାଦନ ଶ୍ରମିକ ଉଦ୍ଧାର

ତୁରେକେଲା, (ପିତାମ୍ବର ଦୀପ) : ରାଜ୍ୟ ବାହାରକୁ ଦାଦନ ଶ୍ରମିକ ଚାଲାଣ ହେଉଥିବା ୨ଟି ସ୍ଥାନରୁ ୨୨ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି ତୁରେକେଲା ପୋଲିସ । ସୂଚନା ଅନୁସାରେ ତୁରେକେଲା ଥାନା ଅନ୍ତର୍ଗତ କୁସପାଲି ଗାଁର ୩ ଜଣ ପୁରୁଷ, ୨ଜଣ ମହିଳା, ୫ ଜଣ ଶିଶୁ ଶ୍ରମିକ ଥିବା ବେଳେ ଦାଦନ ସର୍ଦ୍ଦାର କୁସପାଲି ଗାଁର ଦୟାସାଗର ମେହେର ଓ ସହଯୋଗୀ ସର୍ଦ୍ଦାର ଟିକଚନ ମାଝୀ ବେଆଇନ ଭାବେ ରାଜ୍ୟ ବାହାରକୁ ଶ୍ରମିକ ଚାଲାଣ କରୁଥିବା ବେଳେ ତୁରେକେଲା ପୋଲିସ ଖବର ପାଇଁ ଖର୍ଲି ଗାଁଠାରୁ ଶ୍ରମିକମାନଙ୍କୁ ଉଦ୍ଧାର କରି ଦାଦନ ସର୍ଦ୍ଦାରଙ୍କୁ ଗିରଫ କରିଛି । ସେହିପରି ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ସିଲେପାନି, ପଲସିପାନି, ଜଗନ୍ନାଥ ପାଳିର ୧୨ଜଣ ଶ୍ରମିକଙ୍କ ମଧ୍ୟରେ ୫ ଜଣ ପୁରୁଷ, ୪ଜଣ ମହିଳା, ୩ଜଣ ଶିଶୁ ଶ୍ରମିକଙ୍କୁ ମଧ୍ୟ ଉଦ୍ଧାର କରିଛନ୍ତି । ପ୍ରକାଶ ଥାଉକି କଣ୍ଟାବାଞ୍ଜି ଥାନା ଢୁଶାମୁଣ୍ଡା ଗାଁର ଭରତ କେତକୀ ତୁରେକେଲା ଷ୍ଟେସନରୁ ଟ୍ରେନ ଯୋଗେ ଶ୍ରମିକ ଚାଲାଣ କରିଥିବା ବେଳେ କୁଇବାହାଲ ଗାଁଠାରୁ ଶ୍ରମିକମାନଙ୍କୁ ତୁରେକେଲା ପୋଲିସ ଉଦ୍ଧାର କରିଛି । ବେଆଇନ ଚାଳାଣ କରୁଥିବା ୩ଜଣ ଦାଦନ ସର୍ଦ୍ଦାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାର ରମାକାନ୍ତ ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.