
ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ତଥା ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଓ ଫୁଟବଲ ଏସୋସିଏସନ, ଓଡିଶାର ସହଯୋଗରେ ଜିଲ୍ଲା ସ୍ତରୀୟ ୧୫ ବର୍ଷରୁ କମ ଫୁଟବଲ ଟୁର୍ଣ୍ଣାମେଣ୍ଟ ” ମୁଖ୍ୟମନ୍ତ୍ରୀ କପ “ର ୩ୟ ଦିନର ୧ମ ମ୍ୟାଚରେ ଶାନ୍ତିନିକେତନ ଫୁଟବଲ କ୍ଲବ ରଘୁନାଥ ଏମଜିସି କ୍ଲବକୁ ୧- ୦ ଗୋଲରେ ପରାସ୍ତ କରିଥିଲା । ଶ୍ୟାମ ଚରଣ ମାଝୀ ଉକ୍ତ ଗୋଲଟି ସ୍କୋର କରିଥିଲେ । ୨ୟ ମ୍ୟାଚରେ ଡ୍ରାଗନ ଯୁବକ ସଙ୍ଘ ଆରପିଜେଜେ କ୍ଲବକୁ ୧୭ – ୦ ଗୋଲରେ ପରାସ୍ତ କରିଥିଲା । ଦଳ ପକ୍ଷରୁ ଚିକୁନ ମାରାଣ୍ଡି ସର୍ବାଧିକ ୭ ଟି ଗୋଲ ସ୍କୋର କରିଥିବା ବେଳେ ହିମାଳ୍ୟିାନ ବାସ୍କେ ଓ ସନ୍ଦୀପ ଟୁଡୁ ୪ ଟି ଲେଖାଏଁ ଗୋଲ କରିଥିଲେ । ରବୀନ୍ଦ୍ର ମାରାଣ୍ଡି ଓ ସରୋଜ ମାରାଣ୍ଡି ଗୋଳିଏ ଲେଖାଏଁ ଗୋଲ ଦେଇଥିଲେ । ବାପୁନ କୁମାର ମହାନ୍ତ, ଯୁଗସେଙ୍ଗଲ ସୋରେନ, ନାରାୟଣ ଚନ୍ଦ୍ର ହାଁସଦା, ଶାନ୍ତନୁ କୁମାର ନାୟକ, ସୁଭଦ୍ରା ହେମ୍ବ୍ରମ ଓ ଅମ୍ବିକା ହେମ୍ବ୍ରମ ଖେଇ ପରିଚାଳନା କରିଥିଲେ । ୧ମ ଖେଳରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାରିପଦା ବିଧାୟକ ପ୍ରକାଶ ସୋରେନ ଯୁବ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡା ଅଧିକାରୀ ଶୁବାଶିଷ ନାୟକ, ଫୁଟବଲ କୋଚ ଅବନୀ ମୋହନ ମହାନ୍ତି, ବରିଷ୍ଠ ଫୁଟବଲ ଖେଳାଳି ପ୍ରଦୀପ କିଶୋର ମହାନ୍ତି ଓ ସମାଜସେବୀ ରସିକାନନ୍ଦ ମିଶ୍ର ମଧ୍ୟ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ୨ୟ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବରିଷ୍ଠ ବିଜେପି ନେତା ଜୀବନ କୁମାର ସାହୁ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସହ ସମ୍ପାଦକ ବୈଦ୍ୟନାଥ ରଥ ଓ ଅଶୋକ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତାକାଲି ସକାଳ ୮ଟାରେ ଖେରୱାଲ ଜୁମିଦ ଓ ନବଜ୍ୟୋତି ଯୁବକ ସଙ୍ଘ ଏବଂ ଅପରାହ୍ନ ୪ ଟାରେ ଫିଉଚର ଷ୍ଟାର ସ୍ପୋର୍ଟସ ଓ ଜଗନ୍ନାଥ ବିର୍ସାବୀର ମଧ୍ୟରେ ମ୍ୟାଚ ହେବ ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି ।