ଛିନ୍ଦେଇକେଲାରେ ଭବ୍ୟ ତ୍ରିରଙ୍ଗା ଯାତ୍ରା ଆୟୋଜିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଏକ ଭବ୍ୟ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ଛିନ୍ଦେଇକେଲା ସରପଞ୍ଚ ଶ୍ରୀମତୀ ସୁବାସିନୀ ନନ୍ଦଙ୍କ ନେତୃତ୍ୱରେ ତଥା ସମାଜ ସେବୀ ନନ୍ଦିକିଶୋର ନନ୍ଦଙ୍କ ପରିଚାଳନାରେ ଏକ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା । ପ୍ରାୟ ୩୦୦ ମିଟର ଲମ୍ବାର ଏକ ତ୍ରିରଙ୍ଗା ପତାକା ଧରି ଗ୍ରାମର ସମସ୍ତ ଯୁବକ, ଅଙ୍ଗନବାଡି କର୍ମୀ, ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ତଥା ଶିକ୍ଷକ ଶିକ୍ଷୟତ୍ରୀମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ମହିଳା ମଞ୍ଚରୁ ହେମଲତା ସାହୁ ନେତୃତ୍ୱ ନେଇଥିବା ବେଳେ ଅମ୍ବିକା ସାହୁ, ଲଷ୍ମୀ ହଂସ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ପ୍ରବଳ ବର୍ଷା ସତ୍ୱେ ସମସ୍ତଙ୍କ ଭିତରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲ । କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିବାରୁ ସମାଜସେବୀ ବୀର କିଶୋର ନନ୍ଦ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି । ତତ୍‌ସହିତ ବିଭିନ୍ନ ଅନୁଷ୍ଠାନରେ ପତାକା ଉତ୍ତୋଳନ ମଧ୍ୟ ହୋଇଯାଇଛି । ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସଭାପତି ସନ୍ତୋଷ କୁମାର ପାଢ଼ୀ ପତାକା ଉତ୍ତୋଳନ କରି ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

Leave A Reply

Your email address will not be published.