ହର ଘର ତ୍ରିରଙ୍ଗା ପାଇଁ ସାଇକେଲ ରାଲି

ଭଦ୍ରକ, (କମଳ ଲୋଚନ ପଣ୍ଡା) : ଭଦ୍ରକ ଜିଲ୍ଲାରେ ହର୍‌ ଘର୍‌ ତ୍ରିରଙ୍ଗା କାର୍ଯ୍ୟକ୍ରମ ପୂର୍ବରୁ ବାଇକ୍‌ ଓ ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭଦ୍ରକ ଜିଲ୍ଲାର ନୂଆ ଭାବେ ଦାୟିତ୍ୱ ନେଇଥିବା ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଓ ଅତିରିକ୍ତ ଜିଲ୍ଲାପାଳ ପତାକା ଦେଖାଇ ରାଲିକୁ ଶୁଭାରମ୍ଭ କରିଥିଲେ । ଜିଲ୍ଲାର ବିଭିନ୍ନ ସ୍କୁଲ, କଲେଜ, ସ୍ୱେଚ୍ଛାସେବୀ ସଂଗଠନ ସହ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଯୋଗ ଦେଇଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ ମହତାବ ଛକ ଠାରୁ ଆରମ୍ଭ ହୋଇଥିବା ସାଇକେଲ ଓ ମଟର ସାଇକେଲ ରାଲି ଚାନ୍ଦବାଲି ବାଇପାସ ଛକ ନିକଟରେ ଶେଷ ହୋଇଥିଲା ।

Leave A Reply

Your email address will not be published.