ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆରମ୍ଭ

  • ବନ୍ଦେ ମାତରମ, ଜୟ ହିନ୍ଦରେ ପ୍ରକମ୍ପିତ ଖପ୍ରାଖୋଲ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପ୍ରଶାସନ ପକ୍ଷରୁ ହର୍‌ ଘର୍‌ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ କାର୍ଯ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମକୁ ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିବେକାନନ୍ଦ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ର, ସିଆର୍‌ପିଏଫ୍‌ ୧୮୯ ବାଟାଲିୟନ ଏସି ଅଜୟ କୁମାର ଯାଦବ, ଅଗ୍ନିଶମ ବିଭାଗ ଅଧିକାରୀ ଜୟଗୋପାଳ ପଣ୍ଡା, ଖପ୍ରାଖୋଲ ସରପଞ୍ଚ ବେଟିଖାଇ ସେନ୍ଦରିଆ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସ୍ଥାନୀୟ ନୋଡାଲ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ଗ୍ରାମ ଏବଂ ବଜାର ପରିକ୍ରମା କରିଥିଲେ । କାର୍ଯ୍ୟକ୍ରମରେ ଖପ୍ରାଖୋଲ ନୋଡାଲ ଉଚ୍ଚ ବିଦ୍ୟାଳୟ ସମେତ ଓଡିଶା ଜୀବିକା ମିଶନର ସିଆର୍‌ପି ମହିଳା, ଆଶାକର୍ମୀ ମାନେ ଯୋଗଦେଇ ଲୋକଙ୍କୁ ହର୍‌ ଘର୍‌ ତ୍ରିରଙ୍ଗା ଉଡାଇବା ଓ ସ୍ୱାଧୀନତା ଦିବସକୁ ଧୂମଧାମରେ ପାଳନ କରିବାକୁ ସଚେତନ କରିଥିଲେ । ସେହିପରି ଅନ୍ୟ ଏକ ଶୋଭାଯାତ୍ରାରେ ସାଇକେଲ, ବାଇକ୍‌ ଓ ଚାରିଚକିଆ ଗାଡିରେ ଅନେକ ଲୋକ ସାମିଲ ହୋଇଥିଲେ । ଆଉ ଗୋଟିଏ ଦିନ ପରେ ସାରା ଦେଶ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଥିବା ବେଳେ ଖପ୍ରାଖୋଲ ଅଞ୍ଚଳର ଗାଁ ଗାଁରେ ଏହି ଦିବସ ପାଳନ ପାଇଁ ଉତ୍ସବ ମୁଖର ହୋଇଛି । ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକ ଅଭୟ ତ୍ରିପାଠୀ ପରିଚାଳନା କରିଥିବାବେଳେ ଶେଷରେ ଜାତୀୟ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ କନିଷ୍କ ବିଭାର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.