jayashree

ଯଶୋବନ୍ତ ରଣାଙ୍କ ହସ୍ତକ୍ଷେପ ପରେ କୁଶ ହଂସ ପାଇଲେ ଟ୍ରାଇ ସାଇକଲ

ନୂଆପଡା : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ରାନୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ମହେଶ୍ୱର ଗାଁର କୁଶ ହଂସ ଜଣେ ଦିବ୍ୟାଙ୍ଗ ଅଟନ୍ତି । ପରିବାର କହିଲେ ସ୍ତ୍ରୀ ବାଘେନ ହଂସ ଆଉ ଦିବ୍ୟାଙ୍ଗ ପୁଅ ରୁପସୀ ହଂସ । ବଡ ପୁଅ ବାହାହେଲା ପରେ ଏବେ ଅଲଗା ରହୁଛନ୍ତି । କୁଶଙ୍କ ପରିବାରର ତିନି ଜଣଙ୍କୁ ସରକାରଙ୍କ ତରଫରୁ ଭତ୍ତା ଓ ରାସନ ସାମଗ୍ରୀ ମିଳୁଛି । କୁଶ ହଂସ ଆଜକୁ ପ୍ରାୟ ୧୫ ବର୍ଷ ତଳେ କୌଣସି ଅଜଣା ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା କରିଥିଲେ ସୁଧା ଭଲ ହୋଇନଥିଲେ । ନିଜର ଜମି ବାଡ଼ି ସବୁତକ ବନ୍ଧକ ରଖି ଚିକିତ୍ସା କରିଥିଲେ ସୁଧା କୌଣସି ସଫଳତା ମିଳି ନଥିଲା । ଶେଷରେ ସେ ଦିବ୍ୟାଙ୍ଗ ହୋଇଗଲେ । ବର୍ତ୍ତମାନ ତାଙ୍କର ଅଣ୍ଟାଠାରୁ ତଳକୁ କିଛି କାମ କରୁନାହିଁ । ଫଳରେ ସେ ଦୁଇ ହାତରେ କାଠ ଫାଳିଆ ଧରି ଗୁରୁଣ୍ଡି ଗୁରୁଣ୍ଡି ଚାଲୁଥିଲେ । ଗୁରୁଣ୍ଡି ଗୁରୁଣ୍ଡି ଚାଲୁଥିବା ହେତୁ ଗୋଡ ହାତ ବିନ୍ଧୁ ଥିବା ହେତୁ ତିନି ଚକିଆ ସାଇକଲ ଟିଏ ପାଇଁ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ସୁଧା କୌଣସି ଅଧିକାରୀ କର୍ଣ୍ଣପାତ କରିନଥିଲେ । ଭିନ୍ନକ୍ଷମ ସାମର୍ଥ୍ ଶିବିରରେ ମଧ୍ୟ ଯୋଗଦେଇ ନିବେଦନ କରିଥିଲେ ହେଲେ କୌଣସି ଅଧିକାରୀ ଶୁଣୁନାହାନ୍ତି ବୋଲି ବିଭିନ୍ନ ଗଣମାଧ୍ୟମରେ ଏହି ଖବର ପ୍ରସାରିତ ହୋଇଥିଲା । ଏହି ଖବରକୁ ଜାଣି କଳାହାଣ୍ଡିର ଯୁବ ସମାଜସେବୀ ଯଶୋବନ୍ତ ରଣା ନୂଆପଡା ଜିଲ୍ଲାପାଳ ସ୍ୱଧାଦେବି ସିଂ, ସିନାପାଲି ବିଡ଼ିଓ, ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ ଅଭିଯୋଗ କରି ତାଙ୍କୁ ଗୋଟିଏ ୩ ଚକିଆ ଟ୍ରାଇ ସାଇକଲ ଦେବାକୁ ନିବେଦନ କରିଥିଲେ । ଅଭିଯୋଗକୁ ଭିର୍ତ୍ତି କରି ସିନାପାଲି ବିଡ଼ିଓ ୧୨ ଘଣ୍ଟା ଭିତରେ କୁଶ ହଂସଙ୍କ ଘରକୁ ଯାଇ ଏକ ୩ ଚକିଆ ଟ୍ରାଇ ସାଇକଲ ପ୍ରଦାନ କରିଛନ୍ତି । ତାଙ୍କୁ ଖୁବ ଶୀଘ୍ର ଦିବ୍ୟାଙ୍ଗ ପ୍ରମାଣପତ୍ର ଯୋଗାଇ ଦେବା ସହ ଅନ୍ୟାନ୍ୟ ସରକାରୀ ସୁବିଧା ମଧ୍ୟ ଯୋଗାଇ ଦିଆଯିବ ବୋଲି ସମାଜସେବୀ ଯଶୋବନ୍ତ ରଣାଙ୍କୁ ଉତ୍ତରରେ ଜଣେଇଛନ୍ତି । ଅସହାୟ କୁଶ ହଂସଙ୍କୁ ସହଯୋଗ କରିଥିବାରୁ ବୁଦ୍ଧିଜୀବୀ ମହଲରେ ସମାଜସେବୀ ଯଶୋବନ୍ତ ରଣାଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.