
ଭୁବନେଶ୍ୱର : ଭୁବନେଶ୍ୱରରେ ଅଘଟଣ । ରାଜଧାନୀର ଦୁଇଟି ରେଳ ଷ୍ଟେସନ୍ ନିକଟ ଟ୍ରେନ ଲାଇନରୁ ଦୁଇଟି ମୃତଦେହ ଉଦ୍ଧାର । ଗୋଟିଏ ମୃତଦେହ ବାଣୀବିହାର ନିକଟ ରେଳ ଧାରଣାରୁ ମିଳିଥିବା ବେଳେ ଅନ୍ୟ ଏକ ମୃତଦେହ ଲିଙ୍ଗରାଜ ରେଳ ଧାରଣାରେ ପଡିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ମୃତକଙ୍କ ପରିଚୟ ମିଳିନାହିଁ । ଘଟଣାସ୍ଥଳରେ ଜିଆର୍ପି ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ବିଭିନ୍ନ ଦିଗରୁ ଜିଆର୍ପି ଛାନ୍ଭିନ୍ ଆରମ୍ଭ କରିଥିବା ବେଳେ ପରିଚୟ ଖୋଜିବା ପାଇଁ ଉଦ୍ୟମ ଆରମ୍ଭ କରିଛି । ସୂଚନା ମୁତାବିକ, ଶୁକ୍ରବାର ବାଣୀବିହାର ଷ୍ଟେସନ ନିକଟ ଟ୍ରେନ୍ ଟ୍ରାକରୁ ଗୋଟଏ ଖଣ୍ଡ ବିଖଣ୍ଡିତ ମୃତହେଦ ପଡିଥିବା ଦେଖିବାକୁ ମିଳିଥିଲା । ଏନେଇ ସ୍ଥାନୀୟଲୋକ ଜିଆର୍ପିକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଏକ ଟିମ୍ ପହଞ୍ଚି ମୃତଦେହ ଜବତ କରିବା ସହ ମୃତ୍ୟୁର କାରଣ ଖୋଜିବାରେ ଲାଗିଛି । ଠିକ୍ ସେହିଭଳି ଢ଼ଙ୍ଗରେ ଭୁବନେଶ୍ୱର ଲିଙ୍ଗରାଜ ରେଳ ଧାରଣା ନିକଟରେ ଏକ ଅପରିଚିତ ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଜିଆରପି ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।