ଟ୍ରାନ୍ସଜେଣ୍ଡରମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ସାଥୀ ପକ୍ଷରୁ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାରା ରାଜ୍ୟରେ ଟ୍ରାନ୍ସଜେଣ୍ଡରମାନଙ୍କର ବିକାଶ ଓ ଉନ୍ନୟନ ନିମନ୍ତେ ଏକ ବୈଠକ ରାଉରକେଲା ସହରର ମନ୍ତ୍ରା ପେଲେସ୍‌ ହୋଟେଲଠାରେ ଅନୁଷ୍ଠିତ ହୋଇଯାଇଛି । ସାଥୀ ନାମକ ଏକ ସାମାଜିକ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଟ୍ରାନ୍ସଜେଣ୍ଡରମାନେ କିପରି ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ ହୋଇପାରିବେ ସେ ସମ୍ପର୍କରେ ବିଭିନ୍ନ ସୂଚନା ଦିଆଯିବା ସହ ଆଲୋଚନା କରାଯାଇଥିଲା । ସୂଚନା ମୁତାବକ ସାଥୀ ଅନୁଷ୍ଠାନ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାର ଟ୍ରାନ୍ସଜେଣ୍ଡରମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ସହଯୋଗରେ କରାଯାଉଛି । ରାଉରକେଲାରେ ହୋଇଥିବା ବୈଠକରେ ସୁନ୍ଦରଗଡ଼ ଜିଲ୍ଲା ଟ୍ରାନ୍ସଜେଣ୍ଡର ସଂଘର ଅଧ୍ୟକ୍ଷା ଜୋୟା ତ୍ରିପାଠୀ ଓ ଅନ୍ୟମାନେ ଯୋଗଦେଇଥିଲେ । ଏହିଭଳି କାର୍ଯ୍ୟକ୍ରମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆୟୋଜିତ ହେବ ବୋଲି ସୂଚନା ଦିଆଯାଇଛି ।

Leave A Reply

Your email address will not be published.