ବିଶାଖାପାଟଣାରୁ କୋରାପୁଟ ଆସୁଥିବା ଟ୍ରେନ୍‌ ଲାଇନଚ୍ୟୁତ

କୋରାପୁଟ : ବିଶାଖାପାଟଣାରୁ କୋରାପୁଟ ଆସୁଥିବା ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ବିଶାଖାପାଟଣା-କିରଣ୍ଡୁଲ ପାସେଞ୍ଜର୍‌ ଟ୍ରେନ ଆଜି ଲାଇନଚ୍ୟୁତ ହୋଇଛି । କୋଟାୱାଲସା-ଆରକୁ ଶିବଲିଙ୍ଗପୁରମ୍ ନିକଟରେ ଏହି ଅଘଟଣ ଘଟିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ହଠାତ୍‌ ବଡ ଶବ୍ଦ ହେଲା ଏବଂ ତା’ ପରେ ଟ୍ରେନ୍‌ଟି ଅଟକି ଯାଇଥିଲା । ଫଳରେ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ । ଦୁର୍ଘଟଣା ଯୋଗୁଁ ଯାତ୍ରୀମାନଙ୍କର କିଛି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି । ତେବେ ଟ୍ରେନ୍‌ର ଜେନେରାଲ ସେକେଣ୍ଡ କ୍ଲାସ୍‌ କୋଚ ୬ ନମ୍ବର ବଗିର ୨ଟି ଚକା ବାହାରି ଯାଇଥିଲା । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଟ୍ରେନରେ ଯାଉଥିବା ସମସ୍ତ ଯାତ୍ରୀଙ୍କୁ ଅନ୍ୟ ଏକ ଟ୍ରେନରେ ପଠାଯିବାର ବ୍ୟବସ୍ଥା କରାଯାଇଛି । ଖବର ପାଇ ଡିଆରଏମ୍‌, ରେଳ କର୍ମଚାରୀ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

Leave A Reply

Your email address will not be published.