oom

ପେଟ୍ରୋଲିଂ ସମୟରେ ଡେଲି ମାକେର୍ଟରୁ ଜଣେ ମାନସିକ ବିକୃତ ମହିଳାଙ୍କୁ ଉଦ୍ଧାର କଲା ବଲାଙ୍ଗିର ଟାଉନ ପୋଲିସ : ଏସ୍‌ପି କଲେ ପ୍ରଶଂସା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଟାଉନ ପୋଲିସକୁ ଏସ୍‌ପି ନିତିନ କୁଶଲକର ପ୍ରଶଂସା କରିଛନ୍ତି । ବଲାଙ୍ଗିର ଟାଉନ ପୋଲିସ ଦଶହରା ପାଇଁ ସଜାଗ ହୋଇ ଯେମିତି କିଛି ସମସ୍ୟା ନ ଘଟେ । ଏଥିପାଇଁ ସହର ସାରା ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିଛି । ତେବେ ପେଟ୍ରୋଲିଂ ସମୟରେ ଟାଉନ ପୋଲିସ ଡେଲି ମାକେର୍ଟରୁ ଜଣେ ମାନସିକ ବିକୃତ ମହିଳାଙ୍କୁ ଉଦ୍ଧାର କରିଥିବା ବେଳେ ମହିଳା ଜଣକଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ପୋଲିସ ଗାଡିରେ ହିିଁ ବଲାଙ୍ଗିର ଭୀମ ଭୋଇ ମେଡିକାଲକୁ ଆଣି ଭର୍ତ୍ତି କରିଥିବା ଜଣାପଡିଛି । ତେବେ ଏଥିପାଇଁ ଟାଉନ ପୋଲିସକୁ ବଲାଙ୍ଗିର ଏସ୍‌ପିଙ୍କ ସହ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଥିବା ଜଣାପଡିଛି ।

jittmm
Leave A Reply

Your email address will not be published.