ମହିଳା ବିଜେଡି ତରଫରୁ ଟଙ୍କ ତୋରାଣି ବଣ୍ଟନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମହିଳା ବିଜେଡି ତରଫରୁ ଡିଏଭି ଛକଠାରେ ଟଙ୍କ ତୋରାଣି ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ବିଧାୟକ ସାରଦା ପ୍ରସାଦ ନାୟକଙ୍କ ପରାମର୍ଶ ଓ ପ୍ରାକ୍ତନ ପୌରାଧ୍ୟକ୍ଷା ରଶ୍ମିବାଳା ମିଶ୍ର ତଥା ରାଉରକେଲା ମହିଳା ବିଜେଡି ସଭାପତି ଜ୍ୟୋସ୍ନା ନାୟକଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ପଣା ସଂକ୍ରାନ୍ତି ଦିନ ଆରମ୍ଭ ହୋଇ ଆସନ୍ତା ୧ ମାସ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । ସଂପ୍ରତି ଗୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପଥିକଙ୍କ ପାଇଁ ଟଙ୍କ ତୋରାଣି ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଡିଏଭି ଛକରେ ଗହଳି ଲାଗି ରହୁଥିବା ବେଳେ ଏଭଳି କାର୍ଯ୍ୟକ୍ରମକୁ ସହରବାସୀ ପ୍ରଶଂସା କରିଛନ୍ତି । ଟଙ୍କ ତୋରାଣି ବଣ୍ଟନ କାର୍ଯ୍ୟକ୍ରମ ପୂବାହ୍ନ ୧୧ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଚାଲୁ ରହିଛି । ମହିଳା ବିଜେଡି କର୍ମୀ ସୁନନ୍ଦା ସେନାପତି, ଛବି ମହାନ୍ତି, ତାରିଣୀ ସେଠୀ, କବିତା ରଥ, ସ୍ମିତା ମହାନ୍ତି, ଲକ୍ଷ୍ମୀପ୍ରିୟା ନାୟକ, ମଞ୍ଜୁଳା ପ୍ରଧାନ ପ୍ରମୁଖଙ୍କ ସମେତ ବହୁ ସଭ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି ।

Leave A Reply

Your email address will not be published.