ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ସହରର ଶୁଭଙ୍କର ପାଣିଗ୍ରାହୀ +୨ ବିଜ୍ଞାନ ବିଭାଗରେ ୮୮.୫ ପ୍ରତିଶତ ନମ୍ବର ରଖି ବ୍ଲକ ଟପ୍ପର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସେ ବିଜେପୁର ମହା ବିଦ୍ୟାଳୟରେ ବିଜ୍ଞାନ ବିଭାଗରେ ଅଧ୍ୟୟନ କରୁଥିଲେ । ଜୀବ ବିଜ୍ଞାନରେ ଶତ ପ୍ରତିଶତ ନମ୍ବର ରଖିବା ସହ ମୋଟ ୫୩୧ ମାର୍କ ରଖିଛନ୍ତି । କଠିନ ପରିଶ୍ରମ ଓ ଅଧ୍ୟାପକ, ଅଧ୍ୟାପିକାମାନଙ୍କ ପରାମର୍ଶ ହିଁ ଏହି ସଫଳତାର ଚାବିକାଠି ବୋଲି ସେ ନିଜର ପ୍ରତିକ୍ରିୟାରେ କହିଛନ୍ତି । ବିଜେପୁର ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍ ସ୍ୱର୍ଗତ ଦିବୃ କିଶୋର ପାଣିଗ୍ରାହୀଙ୍କ ପୌତ୍ର ହୋଇଥିବାବେଳେ ଶ୍ରୀମତୀ ସୁଜାତା ପାଣିଗ୍ରାହୀ ଓ ଉମା ଶଙ୍କର ପାଣିଗ୍ରାହୀଙ୍କ ଜ୍ୟେଷ୍ଠପୁତ୍ର ଶୁଭଙ୍କର ଜଣେ ମେଧାବୀ ଛାତ୍ର । ଭବିଷ୍ୟତରେ ଜଣେ ଡ଼ାକ୍ତର ହୋଇ ସମାଜ ସେବାରେ ନିଜକୁ ଉତ୍ସର୍ଗ କରିବା ମୋର ଲକ୍ଷ୍ୟ ବୋଲି ଶୁଭଙ୍କର କହିଛନ୍ତି । ତାଙ୍କର ଏହି ସଫଳତା ପାଇଁ ମହା ବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ ଅଧ୍ୟାପିକାମାନେ ଶୁଭେଚ୍ଛା ଜଣାଇଛନ୍ତି ।