ଆସନ୍ତା ୧୬ରେ ଜିଲ୍ଲାରେ ୧୮ରୁ ଅଧିକ ନାଗରିକଙ୍କ ପାଇଁ ୩୬କେନ୍ଦ୍ରରେ ଟୀକାକରଣ : ଦ୍ଵିତୀୟ ଡୋଜ଼ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ
ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ
ତା.୧୬/୦୮/୨୧ ରିଖ ଦିନ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବ୍ଲକ ଓ ସୋନପୁର ମ୍ୟୁନିସିପାଲିଟିର ବ୍ୟବସ୍ଥିତ ୩୬ କେନ୍ଦ୍ରରେ ଯଥା-ସୋନପୁର ବ୍ଲକରେ ୦୪ଟି କେନ୍ଦ୍ର, ଡୁଙ୍ଗୁରିପାଲି ବ୍ଲକ ରେ ୦୮ଟି କେନ୍ଦ୍ର, ବିନିକା ବ୍ଲକ ରେ୦୫ଟି କେନ୍ଦ୍ର, ବୀରମହାରାଜପୁର ବ୍ଲକରେ ୦୬ଟି କେନ୍ଦ୍ର, ତରଭା ବ୍ଲକରେ ୦୭ଟି କେନ୍ଦ୍ର, ଉଲୁଣ୍ଡା ବ୍ଲକରେ ୦୫ ଟି କେନ୍ଦ୍ର ଏବଂ ସୋନପୁର ମ୍ୟୁନିସିପାଲିଟିର ୦୧ଟି କେନ୍ଦ୍ରରେ ୧୮ରୁ ଅଧିକ ବର୍ଷର ହିତାଧିକାରୀଙ୍କୁ ଟୀକା ପ୍ରଦାନ କରାଯିବ କ୍ଷ ହିତାଧିକାରୀ ଟୀକାକରଣ ନିମନ୍ତେ ପଂଜିକୃତ କରି ନିଯୁକ୍ତି ଚିଠାକୁ ଅନୁସୂଚିତ କରାଇପାରିବେ ଅଥବା ଉକ୍ତ ଦିନ ନିର୍ଧାରିତ ସମୟ ସକାଳ ଘଂ.୦୯ରେ କେନ୍ଦ୍ରକୁ ଯାଇ ଟୀକା ନିମନ୍ତେ ଅଗ୍ରିମଟୋକନ ସଂଗ୍ରହ କରିପାରିବେ । ସ୍ଲଟ ବୁକିଂ କରିଥିବା ହିତାଧିକାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟୀକା ପ୍ରଦାନ କରାଯିବ । ଉକ୍ତ ଦିନ ଗୁଡିକରେ ଟୀକାକରଣ ପାଇଁ ଯୋଗ୍ୟ ପଂଜିକୃତ ହିତାଧିକାରୀ ନିଜର ନିଯୁକ୍ତି ଚିଠା (ମୋବାଇଲ ମେସେଜ/ଚିଠାର ହାର୍ଡ କପି ) ପଞ୍ଜିକରଣ ସମୟରେ ବ୍ୟବହୃତ ପରିଚୟ ପତ୍ର,ସାଙ୍ଗରେ ଆଣି ସୂଚିତ ନିର୍ଦ୍ଧାରିତ ସମୟରେ ଉଦ୍ଧିଷ୍ଟ ଟୀକାକରଣ କେନ୍ଦ୍ରକୁ ପହଂଚି ଟୀକା ଗ୍ରହଣ କରିବେ କ୍ଷ ବିନା କୌଣସି ସୂଚନାରେ ଟୀକାକେନ୍ଦ୍ରକୁ ଯାଇ ହଇରାଣ ନ ହେବା କିମ୍ବା କେନ୍ଦ୍ର ରେ ଅଯଥାରେ ଭିଡ଼ ନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅନୁରୋଧ କରାଯିବା ସହ ଯେତେବେଳେ ଯାହାର ପାଳି ଆସୁଛି ସେମାନେ କେବଳ କେନ୍ଦ୍ରକୁ ଆସିବାକୁ ପରାମର୍ଶ ଦିଆଯାଉଛି କ୍ଷ ଏହି ଟୀକାକରଣ ଉକ୍ତ ଦିନଗୁଡ଼ିକରେ ସକାଳ ଘ୦୯ରୁ ସନ୍ଧ୍ୟା ଘ.୦୦୬ ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିବ । ହିତାଧିକାରୀ ଟୀକାକରଣ ପାଇଁ ଅନଲାଇନ https://selfregistration.cowin.gov.inରେ ପଞ୍ଜିକରଣ କରାଇ ସ୍ଲଟ ଅନୁସୂଚିତ କରାଇବାକୁଥିବା ବେଳେ ତ,୧୪/୦୮/୨୧ ରାତ୍ର ଘଂ.୦୮-୦୦ରୁ ପଞ୍ଜିକରଣ ନିମନ୍ତେ ସ୍ଲଟ ଖୋଲା ରହିବ ।