ସଇଁନ୍ତଲା, (କେପିଏନ୍ଏସ୍) : ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଲୋକଙ୍କୁ ମାଗଣାରେ କୋଭିଡ ଟୀକାକରଣ କରାଯାଉଥିବା ବେଳେ ଲୋକେ ଭୟରେ ମଧ୍ୟ ଟୀକା ନେଉ ନାହାନ୍ତି । କିନ୍ତୁ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କରମତଲା ପଞ୍ଚାୟତ ସରପଞ୍ଚ ହିମାଞ୍ଚଳ ବୁଡେକଙ୍କ ଉଦ୍ୟମ ମରେ ଆଜି ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦାବିଜୁରୀ ଠାରେ ୬୬ଜଣ ବୃଦ୍ଧବୃଦ୍ଧା ମାନଙ୍କୁ ସଚେତନତା କରିବା ପରେ ଟୀକାକରଣ କରାଯାଇଥିଲା । ଏଏନ୍ଏମ୍ ଅର୍ପିତା ସାହୁ, ଡିଇଓ ସୁଶାନ୍ତ ନାଗ, ରଶ୍ମି ମାହାଣ୍ଡି, ଶୈଳ ବାଲା ମିଶ୍ର, ଆଶା ପତଙ୍ଗିନି ବାରିକ ଟୀକାକରଣ କରିଥିବା ବେଳେ ଚନ୍ଦ୍ର ଭାନୁ ପଧାନ, ଦିଲୀପ ବକୁଳ, ବେଦବ୍ୟାସ ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।