ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ସେକ୍ଟର-୨ ସ୍ଥିତ ଡିସୌଜା ସ୍କୁଲ୍ରେ କିଶୋରମାନଙ୍କ ପାଇଁ ରୋଟାରୀ କ୍ଲବ୍ ପକ୍ଷରୁ କରୋନା ଟୀକାଦାନ ବ୍ୟବସ୍ଥା କରାଯାଇଛି । ଗତକାଲି ଏଥିପାଇଁ ରୋଟାରୀ କ୍ଲବ୍ର ଷ୍ଟିଲ୍ ସିଟି ଶାଖା ପକ୍ଷରୁ ମହାନଗର ନିଗମ ସହଯୋଗରେ ଏହି ଟୀକାଦାନ ବ୍ୟବସ୍ଥା କରାଯାଇଥିଲା । ସ୍କୁଲ୍ର ନବମ ଓ ଦଶମ ଶ୍ରେଣୀର ୧୦୦ ଜଣ ପିଲାମାନଙ୍କ ପାଇଁ ଟୀକା ଦାନ ବ୍ୟବସ୍ଥା କରାଯାଇଥିଲା । ସେହିଭଳି ଏକାଦଶ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଗୁରୁବାର ମଧ୍ୟ ଟୀକାଦାନର ବ୍ୟବସ୍ଥା ହୋଇଛି । ଏହିସବୁ କାର୍ଯ୍ୟରେ ରୋଟାରୀ କ୍ଲବ୍ର ଅଞ୍ଜନା ମଇତ୍ର ସିହ୍ନା, ଅସ୍ମିତା ମହାନ୍ତି, ଜିତେନ ମହାନ୍ତିଙ୍କ ସମେତ କ୍ଲବ୍ର ସଭାପତି ଅର୍ଚ୍ଚନା ମହାନ୍ତି ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ । ଡିସୌଜା ସ୍କୁଲ୍ର ଅଧ୍ୟକ୍ଷ ଆଲେକ୍ଜାଣ୍ଡାର ଡିସୌଜା ଏହି କାର୍ଯ୍ୟକ୍ରମ ପାଇଁ ସମସ୍ତ ସହଯୋଗ କରିଥିଲେ । ଏହି ଟୀକାଦାନ କାର୍ଯ୍ୟକ୍ରମରେ ୧୫ରୁ ୧୮ବର୍ଷର କିଶୋରମାନଙ୍କୁ ସ୍ୱତନ୍ତ୍ର ଭାବେ ଟୀକା ଦିଆଯାଇଥିଲା ।
Next Post