ଦେଓଗାଁ ଓ ବଲାଙ୍ଗିର ସଦର ବ୍ଲକରେ ଟୀକାକରଣ ବାଧାପ୍ରାପ୍ତ : ସଚେତନତାର ଅଭାବ ଯୋଗୁଁ ଟିକା ନେଉନାହାନ୍ତି ଗ୍ରାମାଞ୍ଚଳର ଲୋକେ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ସହ ରାମଚନ୍ଦ୍ରପୁର ଓ ଅର୍ଜୁନପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଟୀକାକରଣ କାର୍ୟ୍ୟକ୍ରମ ଜାରି ରହିଛି । ହେଲେ ଗ୍ରାମାଞ୍ଚଳରେ ଟିକା ପ୍ରତି ସଚେତନତା ନ ଥିବାରୁ ଲୋକେ ଟୀକା ନେବାକୁ ଭୟବିତ ହେଉଥିବାରୁ ଟୀକାକରଣ କାର୍ୟ୍ୟକ୍ରମ ସଫଳ ହେଉନାହିଁ । ସେହିଭଳି ବଲାଙ୍ଗିର ସଦର ବ୍ଲକ୍ ଅନ୍ତର୍ଗତ କୁଡ଼ାସିଂହା ଓ ନୁଆଁପଡାରେ ମଧ୍ୟ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି । ସଚେତନ କରି କିଭଳି ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ଲୋକ ଶୀଘ୍ର ଟୀକା ନେବେ ସେପ୍ରତି ବୁଦ୍ଧିଜୀବୀଙ୍କ ପକ୍ଷରୁ ମତ ପ୍ରକାଶ ପାଉଛି ।

Leave A Reply

Your email address will not be published.