om academy

ସେଞ୍ଚୁରିଆନରେ ‘ଦି ସେଞ୍ଚୁରିଆନ ବୁଲେଟିନ୍‌’ ଉନ୍ମୋଚିତ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିସରରେ ‘ଦି ସେଞ୍ଚୁରିଆନ ବୁଲେଟିନ୍‌’ ଖବର କାଗଜ ଉଦଘାଟିତ ହୋଇଯାଇଛି । ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ପ୍ରଦୀପ କୁମାର ଷଡ଼ଙ୍ଗୀ, ପାୟନିର ଇଂରାଜୀ ଖବର କାଗଜର ସାମ୍ବାଦିକ ସୁଧୀର ମିଶ୍ରଙ୍କ ଦ୍ୱାରା ଏହା ଉନ୍ମୋଚିତ ହୋଇଥିଲା । ଏହି ଖବର କାଗଜ ପ୍ରକାଶର ଉଦେଶ୍ୟ ହେଲା ଛାତ୍ର ଛାତ୍ରୀମାନଙ୍କର ଲିଖନ ଶୈଳୀର ବିକାଶ କରିବା । ଏହି ଖବର କାଗଜ ୧୫ ଦିନରେ ଥରେ ପ୍ରକାଶିତ ହେବ ବୋଲି ଶ୍ରୀ ଷଡ଼ଙ୍ଗୀ ମତବ୍ୟକ୍ତ କରିଥିଲେ । ସେଞ୍ଚୁରିଆନ ପବ୍ଲିକ ସ୍କୁଲର କଳା ବିଭାଗର ଛାତ୍ରଛାତ୍ରୀମାନେ ଏହି ଖବର କାଗଜ ପ୍ରକାଶିତ ପାଇଁ ପରିଚାଳନା କରିବେ । ଜେ.ଆଇ.ଟି.ଏମ୍‌ର ଅଧ୍ୟକ୍ଷ ଅନଙ୍ଗ ଉଦୟ ନାଏକ, ଉପଅଧକ୍ଷ୍ୟା ଅଙ୍କିତା ଶୁଭ୍ରସ୍ମିତା ଗଡ଼ତିଆ, ସେଞ୍ଚୁରିଆନ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ତମାଳ ଚକ୍ରବର୍ତୀ, ଉପଅଧକ୍ଷ୍ୟା ପୁଣ୍ୟତୋୟା ବିଶ୍ୱାଳ, ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ସୋମନାଥ ଷଡ଼ଙ୍ଗୀ, ଫର୍ମାସୀ ବିଭାଗର ଅଧକ୍ଷ ଡ଼କ୍ଟର. ପ୍ରଫୁଲ ସାହୁ ଓ ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏହି କାର୍ୟ୍ୟକ୍ରମରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.