oum

ଟିଟିଲାଗଡ଼ରେ ନୂତନ ଥାନାଧିକାରୀ ଭାବେ ଯୋଗଦେଲେ ଅବନି ସାହୁ

jsm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବୁଧୁବାର ସଂଧ୍ୟାରେ ଟିଟିଲାଗଡ଼ର ନୂତନ ଥାନାଧିକାରୀ ଭାବେ ଅବନି ସାହୁ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏହା ପୂର୍ବରୁ ସେ ସଇଁତଲା ଥାନା ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ପ୍ରକାଶ ଯୋଗ୍ୟ ଯେ ଶ୍ରୀ ସାହୁ ପୁର୍ବରୁ ଟିଟିଲାଗଡ଼ ଥାନା ଓ ରେଳବାଇ ଥାନାରେ କାର୍ଯ୍ୟ ମଧ୍ୟ କରି ସାରିଛନ୍ତି । ଯେହେତୁ ତାଙ୍କର ଏହି ସହର ସହ ପୁରୁଣା ଅଭିଜ୍ଞତା ରହିଛି ତେଣୁ ସହରର ଟ୍ରାଫିକ ବ୍ୟବସ୍ଥା, ଆଇନ ଶୃଙ୍ଖଳା ପରିସ୍ଥିତି, ଅପରାଧ ଓ ଅପରାଧୀମାନଙ୍କୁ ଧରିବାରେ ସଫଳ ମଧ୍ୟ ହୋଇଥିଲେ । ସେପୁଣି ଯୋଗ ଦେବା ପରେ ଲୋକଙ୍କ ବିଶ୍ୱାସ ଓ ଭରଷା ପୂର୍ବ ଭଳି ବଜାୟ ରହିବ ବୋଲି ଲୋକେ ଆଶା ବାନ୍ଧିଛନ୍ତି । ଅନ୍ୟ ପକ୍ଷରେ ଟିଟିଲାଗଡ଼ ଥାନାଧିକାରୀ ଥିବା ମନୋଜ କୁମାର ପ୍ରଧାନଙ୍କୁ ଲରମ୍ଭା ଥାନାକୁ ବଦଳି ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.