ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲା ମୁଖ୍ୟାଳୟ ପକ୍ଷରୁ ଛତ୍ରପୁର ଆଦର୍ଶ ଥାନାକୁ ମିଳିଛି ଆଉ ଏକ ସଫଳତା । ଛତ୍ରପୁର ସହରାଞ୍ଚଳର ରାମଲକ୍ଷ୍ମୀ ନଗର ତୃତୀୟ ଲାଇନ୍ ବାସିନ୍ଦା ସିଦ୍ଧାର୍ଥ ନାୟକ ଜଣେ ବ୍ୟବସାୟୀଙ୍କ ଠାରୁ ଏକ ବଡ଼ ଧରଣର ଠକେଇ ହୋଇଛି । କେସ ନମ୍ବର ୭୭୩/୨୦୨୫ ଅଭିଯୋଗ ପ୍ରକାରେ ଯାହାକି ସାଇବର କ୍ରାଇମ ସହ ଜଡ଼ିତ ହୋଇଥିବା ଉକ୍ତ ମାମଲାରେ ନଳନୀ କାନ୍ତ ଜେନା (୨୪)ଙ୍କୁ ମଙ୍ଗଳବାର ଅପରାହ୍ନରେ ଛତ୍ରପୁର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଯୁବକ ନଳନୀ କାନ୍ତ ଜେନା ବ୍ରହ୍ମପୁର ସଦର ଥାନା ଅଧୀନସ୍ଥ ପାଣ୍ଡିଆ ଝାଲି ଅଞ୍ଚଳର ବୋଲି ଜଣାପଡିଛି । ଏଠାରେ ସୂଚନା ଯୋଗ୍ୟ ଯେ, ଠକେଇ କରିଥିବା ଯୁବକ ଜଣକ ଫେକ୍ ଫୋନ୍ ପେ, ଫେକ୍ ଚେକ୍ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଠକେଇ ମାମଲାରେ ଛନ୍ଦି ହୋଇଥିବା ପୋଲିସ ନିକଟରେ ପ୍ରମାଣିତ ହୋଇଛି । ୯୧ ହଜାର ତିନି ଶହ ଟଙ୍କାର ଏକ ଫୋନ୍ ପେ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୪ ଲକ୍ଷ ୩୫ ହଜାର ଟଙ୍କାର ଏକ ଫେକ୍ ଚେକ୍ ପ୍ରଦାନ କରିଥିବା, ଯାହା ସମ୍ପୂର୍ଣ୍ଣ ଫେକ୍ ଥିଲା, ଏଭଳି ଠକେଇ କରିଥିବାର ପ୍ରମାଣିତ ପରେ ସଂପୃକ୍ତ ଯୁବକ ଗିରଫ ହୋଇଛି । ସିଦ୍ଧାର୍ଥ ନାୟକଙ୍କର ଛତ୍ରପୁର ବାଇପାସ୍ ଠାରେ ଥିବା ଏକ ଏଙ୍ଗଲେର୍ ଲୌହ ଦୋକାନ ସହ କିଛି ଜିନିଷ କିଣିବା ଅବା ବ୍ୟବସାୟିକ କାରବାରରେ ଯୁବକ ନଳନୀ ତାଙ୍କୁ ଫୋନ୍ ପେ, କରି ଏକ ଫେକ୍ ସ୍କାନ୍ର ସ୍କିନ୍ ସଟ୍ ଦେଖାଇଥିଲେ । କିନ୍ତୁ ସିଦ୍ଧାର୍ଥ ବାବୁଙ୍କ ଆକାଉଣ୍ଟକୁ ଅର୍ଥ ରାଶି ଆସିନଥିବା ସେ କହିଥିଲେ, ମଧ୍ୟ ଯୁବକ ଜଣକ ଆପଣଙ୍କର ନେଟୱାର୍କ ଅସୁବିଧା ଥାଇ ପାରେ ବୋଲି ସୁଚାଇଥିଲେ । ପୁନଃଶ୍ଚ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ଏକ ବ୍ୟବସାୟିକ କାରବାରରେ ଚେକ୍ ପ୍ରଦାନ କରିଥିଲେ । ସେହି ଚେକ୍ ମଧ୍ୟ ଯାହା ନକଲି ଥିଲା । ଯାହାକି ଉପରୋକ୍ତ ସମସ୍ୟାରୁ ତାଙ୍କରି ଆକାଉଣ୍ଟ ବ୍ୟାଙ୍କ୍ କାର୍ଯ୍ୟାଳୟକୁ ଯାଇ ଦେଖିଲା ବେଳକୁ ଏହା ଏକ ଠକେଇ ମାମଲାରେ ଏବଂ ସାଇବର କ୍ରାଇମ ସହ ଜଡ଼ିତ ହୋଇଥିବା ଉକ୍ତ ମାମଲାରେ ନଳନୀ କାନ୍ତ ଜେନା ଗିରଫ ହୋଇଥିବା ଛତ୍ରପୁର ଆଦର୍ଶ ଥାନା କର୍ତ୍ତୃପକ୍ଷ ଆଇଆଇସି ସବ୍ୟସାଚୀ ମଲ୍ଲ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସୂଚନା ଥାଉକି, ଉକ୍ତ କାରବାର ଅଭିଯୋଗରେ ଅନେକଙ୍କ ଠାରୁ ମଧ୍ୟ ଯୁବକ ଜଣକ ବ୍ୟାପକ ଅନିୟମିତତା ମଧ୍ୟରେ ଠକେଇରେ ସାମିଲ୍ ଥିବା ଜଣାଯାଇଛି । ଏପରିକି ଅନ୍ୟ ଥାନା ଅଧୀନରେ ଏହି ଯୁବକର ଅଭିଯୋଗ ହୋଇଥିବା ମଧ୍ୟ ସନ୍ଦେହ କରାଯାଉଛି । ଯାହା ପୋଲିସ ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ ଜାରି ହେଲେ ଯୁବକ ଜଣକର ଏବଂ ଏହା ସହିତ ଅନେକଙ୍କର ସମ୍ପୃକ୍ତ ଥିବା ଅନେକ ମାମଲାର ପର୍ଦ୍ଦାଫାଶ୍ ହୋଇପାରିବ ବୋଲି ବିଭିନ୍ନ ମହଲରେ ମତ ଉଠୁଛି ।