ବୁଲା ଗାଈଗୋରୁଙ୍କୁ ଥଇଥାନ ଦାବୀ

ତୁରେକେଲା, (କୈଳାଶ ସଗ୍ରିଆ) : କଂଟାବାଂଜି ଟାଉନ୍‌ ଭିତରେ ରାସ୍ତା ଉପରେ ବୁଲୁଛନ୍ତି ଦଳ ଦଳ ଗାଈଗୋରୁ । ଏହାଫଳରେ ଟ୍ରାଫିକ୍‌ ସମସ୍ୟା ଉପୁଜୁଥିବା ବେଳେ ଅନେକ ସମୟରେ ଏଥିପାଇଁ ଦୁର୍ଘଟଣା ମଧ୍ୟ ଘଟୁଥିବା ସ୍ଥାନୀୟ ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି । ତେବେ ପ୍ରଶାସନ ପକ୍ଷରୁ ନିଜ ନିଜ ଗାଈଗୋରୁଙ୍କୁ ନିଜ ଘରେ ରଖିବା ପାଇଁ ଘୋଷଣା କରାଯାଇଥିଲେ ସୁଦ୍ଧା ସ୍ଥାନୀୟ ଲୋକେ ଗାଈଗୋରୁଙ୍କୁ ରାସ୍ତାରେ ଛାଡ଼ି ଦେଉଥିବା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ପ୍ରଶାସନ ପକ୍ଷରୁ ବୁଲା ଗାଈଗୋରୁଙ୍କୁ କୌଣସି ବ୍ୟବସ୍ଥା କରି ଥଇଥାନ କରିବାକୁ ଦାବୀ ହେଉଛି ।

Leave A Reply

Your email address will not be published.