ସୁବର୍ଣ୍ଣପୁରରେ ସ୍ୱଳ୍ପ ସଂଚୟ ପ୍ରୋତ୍ସାହନ ଯୋଜନା ‘ଏଏସ’ ସିରିଜର ରିଫ୍ରେସର ଏବଂ ଟେଷ୍ଟ ରନ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ରାଜ୍ୟ ସରକାରଙ୍କ ଅଧିନସ୍ଥ ଅର୍ଥ ବିଭାଗରେ ଥିବା ସ୍ୱଳ୍ପ ସଂଚୟ ବିଭାଗ ତରଫରୁ ନୂତନ ପ୍ରୋତ୍ସାହନ ଯୋଜନା ‘ଏଏସ’ ସିରିଜର ଏକ ରିଫ୍ରେସର ଓ ଟେଷ୍ଟ ରନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଏନ ଆଇ ସି କନଫରେନ୍ସ ହଲରେ ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନିଶି ପୁନମ ମିଞ୍ଜ, ଡ଼ିଆଇଓଏନଆଇସି, ବିକାଶରଞ୍ଜନ ନାୟକ ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଭାରପ୍ରାପ୍ତ ସ୍ୱଳ୍ପ ସଂଚୟ ଅଧିକାରୀ, ବିଭିନ୍ନ ବ୍ଲକର ବିଏସଏସଓ ଏବଂ ସୋନପୁର ସହରରେ ଥିବା ବିଭିନ୍ନ ଡାକଘର ସ୍ୱଳ୍ପ ସଂଚୟ ଏଜେଣ୍ଟମାନେ ଯୋଗଦାନ କରିଥିଲେ । ହରିଚରଣ ମିଶ୍ର, ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ସ୍ୱଳ୍ପ ସଂଚୟର ବିଭିନ୍ନ ଯୋଜନା ଉପରେ ପ୍ରୋତ୍ସାହନ କୁପନ କିପରି ଦିଆଯାଏ ତା’ ଉପରେ ବିଶେଷ ଆଲୋଚନା କରିଥିଲେ । ୨୦୨୧କ୍ୟାଲେଣ୍ଡର ବର୍ଷ ମଧ୍ୟରେ ଜମାକାରୀ ମାନେ ପୋଷ୍ଟ ଅଫିସ ଆରଡ଼ି, କିସାନ ବିକାଶ ପତ୍ର, ଡାକଘର ମାସିକ ଆୟ ଯୋଜନା, ବରିଷ୍ଠ ନାଗରିକ ସଂଚୟ ଯୋଜନା, ପାଞ୍ଚ ବର୍ଷିଆ ଡାକଘର ମିଆଦୀ ଜମା, ଜାତୀୟ ସଂଚୟ ସାର୍ଟିଫିକେଟ ଅଷ୍ଟମ ଈସୁ, ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ତଥା ବ୍ୟାଙ୍କ ମାନଙ୍କରେ ପ୍ରଚଳିତ ଥିବା ଜାତୀୟ ସଂଚୟ ସାର୍ଟିଫିକେଟ, ଜାତୀୟ ସଂଚୟ ମାସିକ ଆୟ ଏକାଉଣ୍ଟ, ପାଞ୍ଚ ବର୍ଷିଆ ଜାତୀୟ ମିଆଦୀ ଜମା ଏକାଉଣ୍ଟ, ଜାତୀୟ ସଂଚୟ ରେକରିଁଗ ଡିପୋଜିଟ ଏକାଉଣ୍ଟ, ଜମାରାଶି ଉପରେ ପ୍ରତ୍ୟକ ୨୦୦୦ ହଜାର ଟଙ୍କା ପିଛା ଗୋଟିଏ ମାଗଣା ପ୍ରୋତ୍ସାହନ ଯୋଜନା କୁପନ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ବ୍ଲକ କାର୍ଯ୍ୟାଳୟରୁ ପାଇପାରିବେ ବୋଲି ସୂଚନା ଦେଇଥିଲେ । ଗତ ବର୍ଷ ସୁବର୍ଣ୍ଣପୁର ଜିଲ୍ଲାରେ ୨୨ କୋଟି ୮୩ ଲକ୍ଷ ଟଙ୍କା ଜମା ରାଶି ଉପରେ ପ୍ରୋତ୍ସାହନ କୁପନ ଜମାକାରୀଙ୍କୁ ପ୍ରଦାନ କରାଯାଇଥିଲା । ଦୁଃଖୀ ଶ୍ୟାମ ସେଠୀ, କନିଷ୍ଠ ରାଜସ୍ୱ ସହାୟକ, ପ୍ରୋତ୍ସାହନ କୁପନ ସଂଗ୍ରହ ଉପରେ ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ । ଏହି କାର୍ଯ୍ୟକ୍ରମକୁ ସଞ୍ଜୟ ବାରିକ, ରଜନୀକାନ୍ତ ରଥ, ଜିତେନ୍ଦ୍ରିୟ ନାୟକ, ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଜିଲ୍ଳା ସ୍ୱଳ୍ପ ସଂଚୟ ଅଧିକାରୀ ଶ୍ରୀ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.