ଭୁବନେଶ୍ୱର, (କେପିଏନ୍ଏସ୍) : ରାଜ୍ୟ ସରକାର ୧୮ରୁ ୪୪ ବର୍ଷ ବୟସର ନାଗରିକଙ୍କ ଟୀକାକରଣ ପାଇଁ ନିଜସ୍ୱ ରାଜକୋଷରୁ ଟୀକା କିଣିବା ପଦକ୍ଷେପ ଗ୍ରହଣ କରିଛନ୍ତି । କମ୍ପାନୀ ପକ୍ଷରୁ ଟୀକା ଯୋଗାଣରେ ବିଳମ୍ବ ହେଉଥିବା ଯୋଗୁଁ ଅଧିକ ସଂକ୍ରମଣ ବ୍ୟାପୁଥିବା ୫ଟି ମହାନଗର ନିଗମରେ ପ୍ରାଥମିକତାରେ ଟୀକାକରଣ କରାଯିବ । ଟୀକା ପହଞ୍ଚିବା ପରେ ଅନ୍ୟାନ୍ୟ ଜିଲ୍ଲାରେ ପ୍ରଦାନ କରାଯିବ ।
୧୮ରୁ ୪୪ ବର୍ଷର ନାଗରିକଙ୍କ ଟୀକାକରଣ କାର୍ୟ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଘରୋଇ ହସ୍ପିଟାଲରେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଟୀକାଦାନ କେନ୍ଦ୍ର ଖୋଲାଯିବ । ଏହିସବୁ କେନ୍ଦ୍ରରେ ମାଗଣାରେ ଟୀକା ପ୍ରଦାନ କରାଯିବ । ତେବେ ଘରୋଇ ହସ୍ପିଟାଲଗୁଡିକ ସର୍ଭିସ୍ ଚାର୍ଜ ବାବଦକୁ ଡୋଜ୍ ପିଛା ୧୦୦ ଟଙ୍କା ପର୍ୟ୍ୟନ୍ତ ଆଦାୟ କରିପାରିବେ । ଏହି ସୂଚନା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି ।