
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବଡ଼ବିଲ୍ ଥାନା ଭଦ୍ରାସାହି ଛକ ନିକଟରେ ଯାଞ୍ଚ ଚାଲିଥିବା ବେଳେ ଏକ କାର୍ରୁ ପୁଲିସ ୨୦ ଲକ୍ଷ ଟଙ୍କା ଜବତ କରିଛି । ଦୁଇଟି ବ୍ୟାଗ୍ରେ ଏହି ଟଙ୍କା ଥିଲା । ଏହି ଟଙ୍କା କାହାର ସ୍ପଷ୍ଟ ହୋଇନାହିଁ । ଅନ୍ୟପକ୍ଷରେ ଧରାପଡ଼ିଯିବା ଭୟରେ କାର୍ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ସେହିପରି ନୂଆପଡ଼ା – ବରଗଡ଼ ଜିଲ୍ଲା ସୀମାନ୍ତ ନୂଆପଡ଼ା ପୁଲିସର ସାହିପଲା ଚେକ୍ ପୋଷ୍ଟ ନିକଟରେ ବ୍ଲକିଂ ଚେକିଂ ଚାଲିଥିବା ବେଳେ ଏକ ଭ୍ୟାନ୍ରୁ ୪ ଲକ୍ଷ ୮୯ ହଜାର ଟଙ୍କା ଜବତ ହୋଇଛି । ବରଗଡ ଜିଲ୍ଲାରୁ ନୂଆପଡ଼ା ଅଭିମୁଖେ ଏହି ଭ୍ୟାନ୍ ଆସୁଥିବା ବେଳେ ନୂଆପଡ଼ା ପୁଲିସ ଏହାକୁ ଯାଞ୍ଚ କରିଥିଲା ।