ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ଵଚ୍ଛତା ଆଣିବା ପାଇଁ ଭାରତୀୟ ଜନତା ପାର୍ଟି ତଥା ଓଡ଼ିଶା ସରକାର ଏକ ତାଲିମ ଶିବିର ଆୟୋଜନ କରିଛନ୍ତି । ଆଜି ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ବାଗଦୋର ଗ୍ରାମ ପଞ୍ଚାୟତ ବନମାଲ ଠାରେ ଏକ ଦିନିକିଆ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସରପଞ୍ଚ ପ୍ରଦୀପ କୁମାର ବେହେରା, ପିଇଓ କର୍ମବୀର ତାଣ୍ଡି ଓ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଦିନିକିଆ ତାଲିମ କାର୍ଯ୍ୟକ୍ରମରେ ଉକ୍ତ ଗ୍ରାମପଞ୍ଚାୟତର ମହିଳା ଓ ପୁରୁଷ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଓ ପିଇଓ ଲୋକ ମାନଙ୍କୁ ସରଳ ଭାବରେ ବୁଝାଇଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କିପରି ଲୋକମାନେ ନାମ ପଞ୍ଜିକରଣ କରିବେ ସେନେଇ କହିବା ସହ ଯେମିତି ଜଣେ ହେଲେ ଯୋଗ୍ୟ ହିତାଧିକାରୀ ବାଦ୍ ନ ପଡିବେ ସେନେଇ ସରପଞ୍ଚ ଶ୍ରୀ ବେହେରା କହିଥିଲେ ।