ଧାନଚାଷ ପରବର୍ତ୍ତୀ ପଡିଆ ଜମିର ପରିଚାଳନା ସମ୍ୱନ୍ଧୀୟ ତାଲିମ କାର୍ଯ୍ୟକ୍ରମ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଝରଣିପାଲି ଗ୍ରାମ ପଂଚାୟତର ଆଡେନଡୁଙ୍ଗୁରି ଗ୍ରାମରେ କୃଷି ଓ କୃଷକ ସଶକ୍ତ ଓଡିଶା ସରକାର ତରଫରୁ ଚାଷୀଙ୍କୁ ନେଇ ଧାନ ପରବର୍ତ୍ତୀ ପଡିଆ ଜମିର ପରିଚାଳନା ସମ୍ୱନ୍ଧୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗ୍ରାମର ଚାଷୀ ଅଂଶଗ୍ରହଣ କରିଥିଲେ । ଜିଲ୍ଲା କୃଷି ଯୋଜନା ଅଧିକାରୀ ଦେବପ୍ରିୟ ପଣ୍ଡା, ୟୁପକୋ କ୍ଷେତ୍ର ଅଧିକାରୀ ସୁରଜ ମହାନ୍ତି, ଗ୍ରାମ୍ୟ କୃଷି କର୍ମଚାରୀ ବୈକୁଣ୍ଠ ଜଗତ, ପ୍ରକଳ୍ପର ଅଞ୍ଚଳ କ୍ଲଷ୍ଟର କୋର୍ଡିନେଟର ଗୋବିନ୍ଦ ଚନ୍ଦ୍ର ବିଶି, କୃଷକ ସାଥି ଅଚ୍ୟୁତାନନ୍ଦ କୁମ୍ଭାର ଉପସ୍ଥିତ ଥିଲେ । ପଣ୍ଡା ସାର ଧାନ ପରବର୍ତ୍ତୀ ପଡିଆ ଜମିର ସୁପରିଚାଳନା ବ୍ୟବସ୍ତା ଯାହା କି ଡାଲି ଜାତୀୟ ଫସଲର ପ୍ରୋତ୍ସାହନ କରି ମୂର୍ତ୍ତିକା ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଓ ଉତ୍ପାଦନକୁ ବୃଦ୍ଧି କରିବା, ଡାଲି ଜାତୀୟ ଚାଷ ଜମିରେ ସୌର ଆଲୋକ ଟ୍ରାପ, କୀଟପତଙ୍ଗ ସଂଲଗ୍ନ ହଳଦିଆ ଷ୍ଟିକ ଟ୍ରାପ ଉପରେ ତାଲିମରେ ଚାଷୀଙ୍କୁ ସଚେତନ କରିଥିଲେ । ଚାଷରେ ବ୍ୟବହାରିକ ସାର ଓ ଔଷଧରେ କିଭଳି ରାସନିୟକ ନ କରି ଜୈବିକ ଉପରେ ସବୁ ଚାଷୀ ଧ୍ୟାନ ଦେବାକୁ ତାଲିମରେ ଆଲୋଚନା କରାଯାଇଥିଲା । ତା’ ସଂଗେ ଚାଷୀମାନେ ବିଭିନ୍ନ ଚାଷ ସମସ୍ୟାକୁ ଉପସ୍ଥାପନା କରିଥିଲେ ଶ୍ରୀ ପଣ୍ଡା । ତାର ସମାଧାନ ବ୍ୟବସ୍ତାକୁ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିଥିଲେ ଓ ଗାଁରେ ହୋଇଥିବା ମୁଗ ଚାଷ ଏରିଆକୁ ପରିଦର୍ଶନ କରିଥିଲେ ।

Leave A Reply

Your email address will not be published.