ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ମଧ୍ୟାହ୍ନ ଭୋଜନ ଚାଲୁଥିବା ସ୍କୁଲ ମାନଙ୍କର ପାଚିକା ସହାୟିକା ଭାବରେ କାର୍ଯ୍ୟରତ କର୍ମଚାରୀ ମାନଙ୍କର ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକର ତିନୋଟି ସ୍ଥାନରେ ଅନୁଷ୍ଠିତ ଶିବିରରେ ୩୫୦ ଜଣ ପାଚିକା ସହାୟିକା ଯୋଗଦାନ କରିଥିଲେ । ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦମପୁର ଠାରେ ଅନୁଷ୍ଠିତ ଶିବିରକୁ ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ଭୋଇ ଉଦ୍ଘାଟନ କରିଥିବା ବେଳେ ଏବିଇଓ ବିଶିକେଶନ ଶତପଥୀ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପାଲଜୀ ପ୍ରସାଦ ପାଣିଗ୍ରାହୀ ସଭାରେ ଉପସ୍ଥିତ ଥିଲେ । ସାଧନ କର୍ମୀ ଭାବରେ ରବିନାରାୟଣ ପଣ୍ଡା ଓ ସୁରେଶ ଚୌହାନ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ । ଆଦିବାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ସର୍ଗିବାହାଲ ଠାରେ ଅନୁଷ୍ଠିତ ଶିବିରକୁ ଏବିଇଓ ଶିବପ୍ରସାଦ ଯୋଶୀ ଉଦ୍ଘାଟନ କରିଥିଲେ ଓ ସାଧନ କର୍ମୀ ଭାବରେ ପ୍ରେମସାଗର ପଧାନ ଓ ସୁଦାମ ସାହୁ ଯୋଗ ଦେଇଥିଲେ । ଗଙ୍ଗାଧର ମେହେର ଉଚ୍ଚ ବିଦ୍ୟାଳୟ ଦହିତା ଠାରେ ଅନୁଷ୍ଠିତ ଶିବିରକୁ ଏବିଇଓ ରାମସିଂ ଭୋଇ ଉଦ୍ଘାଟନ କରିଥିବା ବେଳେ ସାଧନ କର୍ମୀ ଭାବରେ ଦେବାନନ୍ଦ ତୁରିଆ, ସଞ୍ଜୟ ପଟେଲ ଓ ଆଶିଷ ବୈକାର ଯୋଗଦେଇ ତାଲିମ ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟରେ ବ୍ଲକ ଶିକ୍ଷା କାର୍ଯ୍ୟାଳୟର କର୍ମଚାରୀ ପ୍ରଭାତ ସାହୁ, ପରମେଶ୍ୱର ନାଗ, ଭଗବାନ ତରିଆ, ତୁଳସୀ ରାମ ବଣୁଆ, କପିଳ ସାହୁ ଓ ଶ୍ରୀକାନ୍ତ ପ୍ରଧାନ ସହଯୋଗ କରିଥିଲେ ।