ନାରୀ ଶକ୍ତି ସଂଗଠନର ମହିଳା ଓ ଶିଶୁମାନଙ୍କ ପାଇଁ ଆତ୍ମ ସୁରକ୍ଷା ତାଲିମ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଡେଲି ମାର୍କେଟ ସ୍ଥିତ ବି.ଏସ୍‌ ଏରୋବିକସଠାରେ ନାରୀ ଶକ୍ତି ସଂଗଠନ ଓ ବି.ଏସ. ଏରୋବିକ୍ସର ମିଳିତ ପ୍ରୟାସରେ ଆଜି ଏକ ଆତ୍ମ ସୁରକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ନାରୀ ଓ ଶିଶୁମାନଙ୍କୁ ଆତ୍ମ ସୁରକ୍ଷା, ଗୁଡ଼ ଟଚ ଓ ବେଡ଼ ଟଚ ବିଷୟରେ ମଧ୍ୟ ଶିକ୍ଷା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ଥିଲେ ୱାର୍ଡ ନଂ. ୨ର କାଉନସିଲର ସରିତା ଦାସ ଏବଂ ୱାର୍ଡ ନଂ.୧୩ର କାଉନସିଲର ଇସ୍ମତ ଆରା ଖାନ ଓ ସମସ୍ତ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିର ୨୭ ଓ ୨୮ ଦୁଇ ଦିନ ଧରି ଚାଲିବ ବୋଲି କହିଛନ୍ତି ନାରୀ ଶକ୍ତି ସଂଗଠନର କର୍ମୀ ।

Leave A Reply

Your email address will not be published.