ଅଲ୍ ଇଣ୍ଡିଆ ଆଇଡଲ୍ ଟିଚର୍ସ ଆସୋସିଏସନ୍‌ ତରଫରୁ କୌଶଳ ଓ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ

ଭୁବନେଶ୍ୱର, (ଶୁଶାନ୍ତ ସାହୁ) : ଶିକ୍ଷକମାନଙ୍କର ନୂତନ ଜ୍ଞାନ କୌଶଳ ଓ ଦକ୍ଷତା ବୃଦ୍ଧି, ଛାତ୍ର ଛାତ୍ରୀ ଓ ଅବିଭାବକ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ଉତ୍ତମ ସମ୍ପର୍କ ଗଠନ ସହ ଶିକ୍ଷା କ୍ଷେତ୍ରରେ ନୂତନ ଆହ୍ଵାନ ପାଇଁ ଏକ ଦକ୍ଷତା ତାଲିମ ଶିବିର ଭୁବନେଶ୍ୱରର ପଟିଆ ସ୍ଥିତ ଜମାତ୍ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଅଲ୍ ଇଣ୍ଡିଆ ଆଇଡଲ୍ ଟିଚର୍ସ ଆସୋସିଏସନ୍‌ର ଜାତୀୟ ସଭାପତି ଅବଦୁଲ ରହିମଙ୍କ ସଭାପତିତ୍ୱରେ ଆୟୋଜିତ ଶିକ୍ଷକମାନଙ୍କର ଏହି ଦକ୍ଷତା ତାଲିମ ଶିବିରରେ ଜମାତ ଇ ଇସଲାମି ହିନ୍ଦ୍ ଭୁବନେଶ୍ୱରର ରାଜ୍ୟ ସଂଯୋଜକ ସଫଦର ହାସିମ ଉପସ୍ଥିତ ରହି ତାଲିମ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ଯୋଗୁ ଶିକ୍ଷକମାନେ ନୂତନ ଜ୍ଞାନ କୌଶଳ ବୃଦ୍ଧି ସହ ଛାତ୍ରଛାତ୍ରୀମାନଙ୍କ ମାନସିକ ସ୍ତରରେ ବିକାଶରେ ବୃଦ୍ଧି ଘଟିବ । ସାରା ଦେଶରେ ଏହି ଆସୋସିଏସନ୍ ସହିତ ୧୦ ହାଜର ସଭ୍ୟ ଜଡ଼ିତ ରହିଛନ୍ତି । ଏହି ଆସୋସିଏସନ୍ ପକ୍ଷରୁ ବିଭିନ୍ନ ସମୟରେ ଏହି ଭଳି ତାଲିମ ପ୍ରଦାନ କରାଯାଉଛି ବୋଲି ସୂଚନା ଦେଇ କହିଛି ଆସୋସିଏସନ୍ ।

Leave A Reply

Your email address will not be published.