oom

ମହାଶକ୍ତି ଫାଉଣ୍ଡେସନ ତରଫରୁ ତ୍ରିଦିବସୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ବରଗଡ, (କେପିଏନ୍‌ଏସ୍‌) : ସ୍ଥାନୀୟ ହୋଟେଲ୍ ଭିଡ଼ି ପେଲେସଠାରେ ମହାଶକ୍ତି ଫାଉଣ୍ଡେସନ ତରଫରୁ ଅନୁଷ୍ଠାନର କାର୍ଯ୍ୟକର୍ତ୍ତାମାନଙ୍କ ପାଇଁ ଏକ ତ୍ରିଦିବସୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ବରଗଡ, ବଲାଙ୍ଗିର, କଳାହାଣ୍ଡି, ସମ୍ବଲପୁର, ରାୟଗଡ଼ା ଆଦି ଜିଲ୍ଲାରେ କାର୍ଯ୍ୟରତ ୪୦ ଜଣ କର୍ମୀଙ୍କୁ ନେଇ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଗୋବିନ୍ଦ ଚନ୍ଦ୍ର ପଣ୍ଡା ଅତିରିକ୍ତ ନିର୍ଦେଶକ ଉଦ୍ୟାନ କୃଷି ବରଗଡ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାଶକ୍ତି ଫାଉଣ୍ଡେସନର ପରିଚାଳନା ନିର୍ଦ୍ଦେଶକ ଯୁଗଳ କିଶୋର ପଟ୍ଟନାୟକ, ସଂପାଦିକା ସୁଶ୍ରୀ ରୋଜାଲିନ୍ ଭୂୟାଁ, ଅପରେସନ ଡାଇରେକ୍ଟର ମୋହନ ବଳିୟାରସିଂ, ସମ୍ପର୍କ ଫିନ ସର୍ଭିସେସ ପ୍ରାଇଭେଟ୍ ଲିମିଟେଡ଼ର ସିଓଓ ସତ୍ୟ ନାରାୟଣ ମିଶ୍ର ପ୍ରମୁଖ ଯୋଗଦାନ କରି କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ । ପିଡିସି ନେଟୱର୍କ ଭୁବନେଶ୍ୱରର ସୁନାମଧନ୍ୟ ତାଲିମଦାତା ସୁଧିର କୁମାର ଦାସ ତାଳିମାର୍ଥୀମାନଙ୍କୁ ନେତୃତ୍ୱ ନେବାର ଦକ୍ଷତା, ଯୋଗାଯୋଗର ମାଧ୍ୟମ, ଆତ୍ମବିଶ୍ୱାସ ବୃଦ୍ଧି ଏବଂ ନିଷ୍ପତ୍ତି ନେବାର ଦକ୍ଷତା ଆଦି ବିଷୟରେ ସହଭାଗିତା ମାଧ୍ୟମରେ ତାଲିମ ପ୍ରଦାନ କରିଥିଲେ । ବରିଷ୍ଠ ପରିଚାଳକ ହୃଷିକେଶ ସାହୁ, ଅର୍ଜୁନ ପାଗଲ୍, ମିହିର ରଂଜନ୍ ସାଗର, ବାଳକୃଷ୍ଣ ରଥ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ସଫଳତା କାମନା କରିବା ସହ କାର୍ଯ୍ୟକର୍ତ୍ତାମାନଙ୍କୁ ତାଲିମର ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜୟରାମ ପରିଡା, ପ୍ରଶାନ୍ତ ମହାରଣା, ସନାତନ ପରିଡା ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.