oum

କାର୍ଯ୍ୟସ୍ଥଳୀରେ ମହିଳାଙ୍କୁ ଯୌନ ନିର୍ଯାତନାର ପ୍ରତିରୋଧ, ନିଷେଧାଦେଶ ଏବଂ ନିବାରଣ ଆଇନ -୨୦୧୩ ନିମନ୍ତେ ଜିଲ୍ଲାସ୍ତରୀୟ ତାଲିମ କାର୍ଯ୍ୟକ୍ରମ

jsm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଏକ ତାଲିମ କାର୍ଯ୍ୟକ୍ରମ “କାର୍ଯ୍ୟସ୍ଥଳୀରେ ମହିଳାଙ୍କୁ ଯୌନ ନିର୍ୟାତନାର ପ୍ରତିରୋଧ, ନିଷେଧାଦେଶ ଏବଂ ନିବାରଣ ଆଇନ -୨୦୧୩” ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ସଭାପତିତ୍ୱ କରି ଏହି ଆଇନର କାର୍ଯ୍ୟକାରିତାକୁ ଜିଲ୍ଲାର ପ୍ରତ୍ୟେକ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ/ସଂସ୍ଥାନ ଗୁଡିକରେ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ପୁନଶ୍ଚ ପ୍ରତ୍ୟେକ କାର୍ଯ୍ୟାଳୟରେ ଆଇନକୁ ସୁନିଶ୍ଚିତ କରିବା ନିମନ୍ତେ ଆଇସିସି/ ଏଲସିସି ଗଠନକୁ ଅତିଶୀଘ୍ର ସମ୍ପନ୍ନ କରିବାକୁ ପରାମର୍ଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଆକ୍ସନଏଡ଼ର ରିସୋର୍ସ ପର୍ସନ ଘାସିରାମ ପଣ୍ଡା, କାର୍ଯ୍ୟସ୍ଥଳୀରେ ମହିଳାଙ୍କୁ ଯୌନ ନିର୍ୟାତନାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ସେ ସହମତି ଭିତ୍ତିରେ ସାମନତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ସାହସ ସଂଚୟ କଲେ ହିଁ ପରିବର୍ତ୍ତନ ନିଶ୍ଚିତ ବୋଲି ମତବ୍ୟକ୍ତ କରିଛନ୍ତି । କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ଅନ୍ୟତମ ରିସୋର୍ସ ପର୍ସନ ରେଆରର କୋଷାଧକ୍ଷ ଅଞ୍ଜଳି ନେଗୀ, ଏହି ଆଇନ ପ୍ରଣୟନର ଲକ୍ଷ୍ୟ, ଆଭିମୁଖ୍ୟ ଓ ସାମ୍ପ୍ରତିକ ସ୍ଥିତିରେ ଏହାର ଆବଶ୍ୟକତାର ଉପସ୍ଥାପନା କରିଥିଲେ । ଶ୍ରୀମତୀ ଅନିତା ଗୁରୁ, ପ୍ରୋଟେକ୍ସନ ଅଧିକାରୀ ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ସ୍ୱାଗତ ବକ୍ତବ୍ୟ ପ୍ରଦାନ କରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ପିଡିଡିଆର୍‌ଡିଏ ଡୋଳାମଣି ପଟେଲ, ଉପଜିଲ୍ଲାପାଳ ବୀରମହାରାଜପୁର ଅଶୋକ ଭୋଇ, ତହସିଲଦାର ନବୀନ କିଶୋର ପାଢ଼ୀ, ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ/ଅଧ୍ୟକ୍ଷା, ଅଧ୍ୟାପକ, ଅଧ୍ୟାପିକା, ସମସ୍ତ ସିଡିପିଓ, ଜିଲ୍ଲାସ୍ତରୀୟ ସମ୍ପୃକ୍ତ ଅଧିକାରୀ, ସ୍ବେଛାସେବୀ ସଂଗଠନର କର୍ମକର୍ତ୍ତା ପ୍ରମୁଖ ଅଂଶଗ୍ରହଣ କରି ଆଲୋଚନାରେ ଭାଗ ନେଇଥିଲେ ।

Leave A Reply

Your email address will not be published.