ଖପ୍ରାଖୋଲ, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ଚଚରାଭଟ୍ଟାଠାରେ ୨ ଦିନିଆଁ ପରିବେଶ ସମ୍ବନ୍ଧିତ ଜୈବିକ କୃଷି ଉପରେ ତାଲିମ କାର୍ଯ୍ୟକ୍ରମ ଆର୍ସିଡିସି ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖପ୍ରାଖୋଲ ଖାଦ୍ୟ ସୁରକ୍ଷା ମହାସଂଘ ଖପ୍ରାଖୋଲ ଗ୍ରାମ ବିକାଶ କମିଟି ଚଚରାଭଟ୍ଟା ସ୍ୱଂୟ ସହାୟକ ଦଳ ୪ଟି ଗ୍ରାମପଞ୍ଚାୟତର ୫୦ ଜଣ ଚାଷୀ ଯୋଗଦାନ କରିଥିଲେ । ତାଲିମଦାତା ଭାବେ ରାୟଗଡା ବସୁଧା ଅନୁଷ୍ଠାନର ଦେବ ଦୁଲାଳ ଭଟ୍ଟାଚାର୍ଯ୍ୟ ତାଲିମ ଦାତା ଭାବେ ତାଲିମ ପ୍ରଦାନ କରଥିଲେ । ଏହି ତାଲିମରେ ପାରମ୍ପରିକ ଜ୍ଞାନ କୌଶଳରେ ଜୈବିକ ପଦ୍ଧତିରେ କିପରି ଚାଷ ହୋଇପାରିବ, ଜୈବିକ ଖତ ପ୍ରସ୍ତୁତି ରୋଗପୋକ ପରିଚାଳନା ସ୍ଥାନୀୟ ଜୀବିକାକୁ ନେଇ ଚାଷ, ମାଟିର ଉର୍ବରତା ସମାନ ରଖିବା ଉପଯୁକ୍ତ ସ୍ଥାନୀୟ ଫସଲ ଚାଷ କରିବା, ନିଜେ ନିଜର ବିହନ ବିଶୋଧନ କରିବା ଓ ରାସାୟନିକ ସାର ବିଷକୁ କମ୍ କରି ତା’ ଉପରେ ତାଲିମ ଦେଇଥିଲେ, ଏଥିରେ ଆର୍ସିଡିସି ଶମ୍ଭୁ ପ୍ରସାଦ ସାହୁ, ଦେବରାଜ ଭୋଇ କ୍ଷେତ୍ର କର୍ମୀ ବୈକୁଣ୍ଠ ବାଗ ଲିଙ୍ଗରାଜ ନିଆଲ ଯୋଗଦାନ କରିଥିଲେ । ଘୁନସର ଗ୍ରାମ ପଞ୍ଚାୟତର ସରପଞ୍ଚ ଅନୁସୟା ସାହୁ ଶୁଭ ଉଦ୍ଘାଟନ କରିଥିଲେ । ଗ୍ରାମର ମାଳତି ନାଏକ, ପ୍ରମିଳା ମାଝୀ, ହରି ମାଝୀ, ରାମସିଂ ମାଝୀ, ମଦନ ନାଏକ ଏବଂ ଅଞ୍ଚଳର ସ୍ଵଂୟ ସହାୟକ ଦଳ ଗନ୍ଦମାର୍ଦନ ଖାଦ୍ୟ ସୁରକ୍ଷା ମହାସଂଘର ସଭାପତି ଟେକେନ୍ଦ୍ର ଜାଲ ସକ୍ରିୟ ଅଂଶ ଗ୍ରହଣ କରିଥିବା ବେଳେ ଦେବରାଜ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।