ଶିକ୍ଷକଙ୍କ ବଦଳି ପରେ ବ୍ରାହ୍ମଣୀ ସ୍କୁଲର ତାଲା ଖୋଲିଲା : ସ୍କୁଲ କମିଟି ଓ ଗ୍ରାମବାସୀ ମଧ୍ୟରେ ଖୁସିର ମାହୋଲ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଶିକ୍ଷା ବିଭାଗ ଅଧୀନସ୍ଥ ବ୍ଲକ କଲୋନୀ କ୍ଲଷ୍ଟର ସ୍ଥିତ ଡେଙ୍ଗ ପଞ୍ଚାୟତର ବ୍ରାହ୍ମଣୀ ସରକାରୀ ପ୍ରକଳ୍ପ ବିଦ୍ୟାଳୟଠାରେ ଶିକ୍ଷକ ବଦଳି ଦାବୀ ନେଇ ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀମାନେ ଗତ ୨ ଦିନ ଧରି ସ୍କୁଲ ଗେଟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଶିକ୍ଷା ବିଭାଗର ତତ୍ପରତା ପ୍ରକାଶ ପାଇବା ପରେ ଅତିରିକ୍ତ ଶିକ୍ଷା ଅଧିକାରୀ ନାରାୟଣ ଭୋଇ ତଦନ୍ତ କରି ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇଙ୍କୁ ରିପୋର୍ଟ ପ୍ରଦାନ କରିବା ପରେ ଶିକ୍ଷା ବିଭାଗ ଚିଠି ନଂ ୮୪୪  ତାରିଖ ୨୪/୦୫/୨୦୨୨ ଅନୁସାରେ ଶିକ୍ଷକ ପ୍ରତାପ ନନ୍ଦଙ୍କୁ ବ୍ରାହ୍ମଣୀ ସ୍କୁଲରୁ ଅନ୍ୟତ୍ର ରେଙ୍ଗାଲବାହାଲ ପ୍ରାଥମିକ ବିଦ୍ୟାଳୟକୁ ବଦଳି କରିଛନ୍ତି । ପ୍ରକାଶ ଯେ, ଏହି ବିଦ୍ୟାଳୟ ୧୯୬୩ ମସିହାରେ ସ୍ଥାପିତ ହୋଇଥିଲା । ଯାହା ଫଳରେ ଆଖପାଖ ଅଞ୍ଚଳର ଛାତ୍ରଛାତ୍ରୀମାନେ ଠିକ୍‌ ଭାବରେ ପାଠପଢା ମଧ୍ୟ ଚାଲିଥିଲା । ଉକ୍ତ ବିଦ୍ୟାଳୟରେ ୨୪୬ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ୧୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ରହିଛନ୍ତି । ଏହି ସ୍କୁଲର ସମସ୍ୟା ନେଇ ଗ୍ରାମବାସୀ ଓ ପରିଚାଳନା କମିଟି ତରଫରୁ ଶିକ୍ଷକ ପ୍ରତାପ ନନ୍ଦ କାର୍ଯ୍ୟରେ ଅବହେଳା ଜାରିବା ସହିତ ଛାତ୍ରୀଛାତ୍ରମାନଙ୍କୁ ଦୁର୍ବ୍ୟବହାର କରିବା ପ୍ରତିବାଦରେ ଗ୍ରାମବାସୀମାନେ ତାଙ୍କୁ ବଦଳି ଦାବୀ ନେଇ ଗତ ୬ ତାରିଖ ଦିନ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ଶିକ୍ଷା ବିଭାଗ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ପରିଚାଳନା କମିଟି ଗତ ୨୩ ଓ ୨୪ ଦୁଇ ଦିନ ଧରି ସ୍କୁଲ ମୁଖ୍ୟ ଗେଟ ସମ୍ମୁଖରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଖବର ପାଇଁ ସିଆର୍‌ସିସି ଚିନ୍ତାମଣି ସାହୁ ପହଂଚି ଆନ୍ଦୋଳନକାରୀମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ବଦଳି ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରହିବ ବୋଲି ପରିଚାଳନା କମିଟି ଓ ଗ୍ରାମବାସୀମାନେ ଚେତାବନୀ ଦେଇଥିଲେ । ତେବେ ଶିକ୍ଷକ ପ୍ରତାପ ନନ୍ଦଙ୍କ ବଦଳି ହେବା ପରେ ସ୍କୁଲ କମିଟି ସଭାପତି ତପ ଯାନୀ, କାଳିଆ ବଗର୍ତି, ନରେଶ ବଗର୍ତି, ତରୁଣ ଯାନୀ, ନୀଳ ଛତ୍ରିଆ, ଲଲିତ ବଗର୍ତି, ଗରିବ ମଲ୍ଲିକ, ପବିତ୍ର ନାଗ, ସତ୍ୟ ନାରାୟଣ ବାରିକ, ଛବି ବାରିକ, ନାରାୟଣ ସାହୁ, ସସ୍ମିତା ସାହୁ, ବନମାଳି ନାଗ, ଯୁଗେଶ୍ବର କୁମ୍ଭାରଙ୍କ ସମେତ ପରିଚାଳନା କମିଟି ଓ ଗ୍ରାମବାସୀମାନେ ଶିକ୍ଷା ବିଭାଗ ଏହି ପଦକ୍ଷେପଙ୍କୁ ପ୍ରଶଂସା କରିଛନ୍ତି ।

jittmm
Leave A Reply

Your email address will not be published.