oom

ତୈଳିକ ବୈଶ୍ୟ ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ତୈଳିକ ବୈଶ୍ୟ ସମାଜ ପକ୍ଷରୁ ଶାନ୍ତିନଗର ପଦ୍ମପୁର ଠାରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଡ: ବିରଞ୍ଚି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରଗଡ ଜିଲ୍ଲା ତୈଳିକ ସମାଜର ସଭାପତି ମନୋରଞ୍ଜନ ସାହୁ ଯୋଗଦାନ କରି ତାଙ୍କର ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଡ.ଯଦୁମଣି ସାହୁ ସମାଜର ଲୋକ ମାନଙ୍କର ସ୍ୱାସ୍ଥ୍ୟଗତ ବିକାଶ ଏବଂ ଜନ ସଚେତନତା ଉପରେ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଜିଲ୍ଲା କୋଷାଧ୍ୟକ୍ଷ ବେଣୁଧର ସାହୁ, ପାଇକମାଲ ବ୍ଲକ ସଭାପତି ତଥା ଆଇନଜୀବୀ ରାଜକିଶୋର ସାହୁ, ସଂପାଦକ ଚୈତନ୍ୟ ସାହୁ, ପଦ୍ମପୁର ବ୍ଲକ ସଭାପତି ଦିନେଶ୍ୱର ସାହୁ, ବ୍ୟଙ୍ଗ କବି ମନୋରଞ୍ଜନ ସାହୁ ପ୍ରମୁଖ ଅନ୍ୟତମ ଅତିଥି ଭାବରେ ଯୋଗଦାନ କରି ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଶାନ୍ତିନଗର ତୈଳିକ ସମାଜ ସଂପାଦକ ବୈକୁଣ୍ଠ ସାହୁ, କୋଷାଧ୍ୟକ୍ଷ ସୁରେଶ ସାହୁ, ସଂଯୋଜକ ବଳରାମ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା ଏବଂ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିଶୁ ଓ ମହିଳା ମାନଙ୍କ ପାଇଁ ଏକ କାର୍ଯ୍ୟକ୍ରମ କରାଯାଇ ସମସ୍ତଙ୍କୁ ପୁରସ୍କୃତ କରାଯାଇଥିଲା । ଉକ୍ତ ସମାଜର ସଭାପତି ଡ.ସାହୁ ତୈଳିକ ସମାଜର ଶିକ୍ଷା ସଂସ୍କୃତି ଉପରେ ଆଲୋକପାତ କରିଥିଲେ । ଶେଷରେ ବରଗଡ କଳାଜୀବୀ ସାଂସ୍କୃତିକ ପରିଷଦର କଳାକାର ମାନଙ୍କୁ ନେଇ ମୁଗଧା ଦାଶ ଏବଂ ଦିଲ୍ଲୀପଙ୍କ ନିର୍ଦ୍ଦେଶନାରେ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା । ଉକ୍ତ କାର୍ୟ୍ୟକ୍ରମରେ ଶହ ଶହ ସଂଖ୍ୟାରେ ସମାଜର ସଦସ୍ୟ ଯୋଗଦାନ କରି ଭରପୁର ମଜା ନେଇଥିଲେ । ଶେଷରେ ସୁରେଶ ସାହୁ ଧନ୍ୟବାଦ ଅର୍ପଣ କରି ସଭା ଶେଷ ହୋଇଥିଲା ।

jittmm
Leave A Reply

Your email address will not be published.