om academy

ଟିଟିଲାଗଡ଼ରେ ୮୫ତମ ସ୍ୱାୟତ୍ତ ଶାସନ ଦିବସ ପାଳିତ

jsm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ଟିଟିଲାଗଡ଼ ପୌରପରିଷଦ ତରଫରୁ ୮୫ତମ ସ୍ୱାୟତ୍ତ ଶାସନ ଦିବସ ସ୍ଥାନୀୟ ରାଜକନୱାର ପାର୍କ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ଜାତୀୟ ପତାକା ଉତ୍ତୋଳନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ ସ୍ୱାଗତ ଭାଷଣ ଦେଇ ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ପୌର ପରିଷଦ ଅଧ୍ୟକ୍ଷା ମମତା ଜୈନ ଟିଟିଲାଗଡ଼ ସହରକୁ ସଫା ସୁତୁରା ରଖିବା ନେଇ କର୍ମଚାରୀଙ୍କ ଅଭିନବ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ । ଆଗକୁ ଆହୁରି ପ୍ରୟାସ ଜାରି ରଖିବା ପାଇଁ କର୍ମଚାରୀଙ୍କୁ ଆହ୍ଵାନ ଦେଇଥିଲେ । ପୌର ପରିଷଦର ଉପାଧ୍ୟକ୍ଷା ପୁଷ୍ପ ମଞ୍ଜରୀ ଜାଲ ନିଜ ବକ୍ତବ୍ୟରେ ସ୍ୱାୟତ୍ତ ଶାସନ ଦିବସର ମହତ୍ୱ ବିଷୟରେ ଆଲୋକପାତ କରିଥିଲେ । ସହରର ଉନ୍ନତିମୂଳକ କାର୍ଯ୍ୟରେ ସମସ୍ତଙ୍କ ସହଯୋଗ ଦରକାର ବୋଲି କହିଥିଲେ । ସାଂସଦଙ୍କ ପୌର ପରିଷଦର ପ୍ରତିନିଧି ସ୍ୱାୟତ୍ତ ଶାସନ ଦିବସ ପାଳନ ଓ ଏହାର ମହତ୍ୱ ବିଷୟରେ କହିଥିଲେ । ଶେଷରେ ମହିଳା ଓ ପୁରୁଷ ସଫେଇ କର୍ମଚାରୀମାନଙ୍କୁ ଶାଢ଼ୀ, ପୋଷାକ ବଣ୍ଟନ କରାଯାଇଥିଲା । ଏହି ପୌରପରିଷଦରେ ଟ୍ରିପଲ ଇଞ୍ଜିନ ସରକାର ଚାଲିଛି, ଟ୍ରେନ ଯେହେତୁ ଟିକିଏ ଲମ୍ବା ରହିଛି ସେଥିପାଇଁ ମଝିରେ ମଝିରେ ଷ୍ଟେସନ ପହଞ୍ଚିଲା ବେଳକୁ ଟିକେ ଟିକେ ଧକ୍କା ଲାଗିଥାଏ ବୋଲି ହସି ହସି କହିବା ସହ ପୌରପରିଷଦର ସମସ୍ତ କର୍ମଚାରୀଙ୍କ କାର୍ଯ୍ୟ କରିବା ଯୋଗୁଁ ଆମେ ପରିମଳ ବ୍ୟବସ୍ଥାକୁ ପରିଚାଳନା କରିପାରୁଛୁ, ସମସ୍ତ କର୍ମଚାରୀମାନଙ୍କ ମଧ୍ୟରୁ ଖାସକରି ରତନ ଠାକୁର ବର୍ଷ ତମାମ ପୌରପରିଷଦର ବିଭିନ୍ନ କାର୍ଯ୍ୟ ପାଇଁ ଅହରହ ପରିଶ୍ରମ କରୁଥିବାରୁ ତାଙ୍କୁ ଧନ୍ୟବାଦ୍ ଦେବା ସହ ତାଙ୍କୁ କରତାଳି ଦେଇ ଉପସ୍ଥିତ କର୍ମଚାରୀ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.