jayashree

ଜିଲ୍ଲାସ୍ତରୀୟ କରାଟେ ଚାମ୍ପିଅନ ପ୍ରତିଯୋଗିତାରେ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର କନ୍ଧପାଲିପଡା ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ କଲ୍ୟାଣ ମଣ୍ଡପ କଲେଜ ଛକ ଠାରେ ଏକ ଜିଲ୍ଲାସ୍ତରୀୟ କରାଟେ ଚାମ୍ପିଅନ ପ୍ରତିଯୋଗିତା ଅନୁଷ୍ଠିତ ହେଇଯାଇଛି । ଏହି ପ୍ରତିଯୋଗିତାରେ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର କନ୍ଧପାଲିପଡା ସ୍ୱାସ୍ଥ୍ୟ କେନ୍ଦ୍ର ଯାହା ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ ତରଫରୁ ଏକ ସ୍ୱାସ୍ଥ୍ୟ ଶିବିର୍ କରାଯାଇଯାିଛି । ଏହି ସ୍ୱାସ୍ଥ୍ୟ ଶିବିରରେ ସମସ୍ତ ପ୍ରତିଯୋଗୀମାନଙ୍କ ଓଜନ, ଉଚ୍ଚତା ଓ ରକ୍ତଚାପ ମପା ଯିବା ସହ କ୍ଷତ ବିକ୍ଷତ ଖେଳାଳିମାନଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା । ଏହି ଶିବିରରେ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଷ୍ଟାଫ ଯୋଗଦେଇ ଉକ୍ତ ଶିବିର ଟିକୁ ସୁପରିଚାଳନା କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିରକୁ ଜାଗ୍ରତ ପାଣିଗ୍ରାହୀ  ସୁପରିଚଳିତ ହେବାରେ ତଦାରଖ କରିଥିଲେ ।

Leave A Reply

Your email address will not be published.