centurian jitm

ସ୍ୱସ୍ତି ଝଙ୍କାର, ରାଉରକେଲା ୨୫ତମ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ ଚତୁର୍ଥ ସଂନ୍ଧ୍ୟାରେ ନାଟକ ଭିନ୍ନ ଦୃଷ୍ଟି ମଞ୍ଚସ୍ଥ

nschool

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱସ୍ତି ଝଙ୍କାର, ରାଉରକେଲାର ୨୫ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ଭୁବନେଶ୍ୱରର ବିଦ୍ୟାକନକ ସୃଜନାନୁଷ୍ଠାନ ତରଫରୁ ନାଟକ ଭିନ୍ନ ଦୃଷ୍ଟି ମଞ୍ଚସ୍ଥ ହୋଇଯାଇଛି । ନାଟ୍ୟକାର ମନୋଜ ମିଶ୍ରଙ୍କ ରଚିତ, ନିର୍ଦ୍ଦେଶିକା ସୈାନିକା ସାହୁଙ୍କ ନିର୍ଦ୍ଦେଶିତ ଏହି ନାଟକର ବିଷୟବସ୍ତୁ ହେଲା ଭିନ୍ନ ଦୃଷ୍ଟି ଏକ ଭିନ୍ନ କଥା କହେ ବେଳେବେଳେ । ଏତେ ଭିନ୍ନ କଥା କହେ ଯେ ବହୁ ପ୍ରତିଷ୍ଠିତ ତଥା ବହୁ ଅନୁମୋଦିତ ଅର୍ଥକୁ ମଧ୍ୟ ଭାଙ୍ଗି ଚୁରମାର କରିଦିଏ । ଏ ଭିନ୍ନ ଦୃଷ୍ଟିରେ ସୃଜନଶୀଳତା ବି ଥାଏ, ଆଉ ସଂହାର ଲୀଳା ବି ଥାଏ । ଏହା ନିର୍ଭର କରେ ବ୍ୟକ୍ତିର ”ସଂସ୍କାର ଓ ସଂସ୍କୃତି ହିଁ ଅର୍ଥ ଦିଏ ଏଇ ଭିନ୍ନ ଦୃଷ୍ଟିକୁ ବ୍ୟକ୍ତିର ମସ୍ତିସ୍କ”ରେ । ତା ପରେ ବ୍ୟକ୍ତି ତିଆରି କରେ ନିଜ ପାଇଁ ଏକ ନୂଆ ରାସ୍ତା । ଏ ରାସ୍ତା ସୃଜନଶୀଳତାର ହେଇପାରେ ନଚେତ୍ ସଂହାର ଲୀଳାର ହେଇପାରେ । ଏହି ଭଳି କାହାଣୀକୁ ନେଇ ଗତିଶୀଳ ହୋଇଛି ନାଟକ ଭିନ୍ନ ଦୃଷ୍ଟି । ଏଥିରେ ନବୀନ କୁମାର ପରିଡ଼ା, ଗୋବିନ୍ଦ ମହାପାତ୍ର, ମାନସ କୁମାର ପରିଡ଼ା, ଜଗଦୀଶ ପ୍ରସାଦ ମହାରଣା, ଅମରଦୀପ ମହାନ୍ତି, ଶୁଭଙ୍କର ସାହୁ ,
ରାକେଶ ଶତପଥୀ, ରାଜେଶ ମଲ୍ଲିଆ,ନୟନ କିଶୋର ଜେନା, ସୈାନିକ ସାହୁ, ଶୁଭକାନ୍ତ ପାଢ଼ୀ ପ୍ରମୁଖ ଅଭିନୟ କରିଥିବା ବେଳେ ଏଥିରେ ସହ ନିର୍ଦ୍ଦେଶନା ଦେଇଥିଲେ ମାନସ କୁମାର ପରିଡ଼ା, ଆଲୋକରେ ରାକେଶ ଶତପଥୀ, ମଞ୍ଚ ସଜ୍ଜାରେ ତ୍ରିମୂର୍ତ୍ତି ଆର୍ଟସ ଓ ପ୍ରଳୟ ଶତପଥୀ ସହଯୋଗ କରିଥିଲେ । ଆଜି ନାଟକ ମହୋତ୍ସବରେ ଡ଼ ସୁଶାନ୍ତ କୁମାର ପାଣିଙ୍କ ସଂଯୋଜନା କରିଥିଲାବେଳେ ଉଦଘାଟକ ଭାବେ ଅଭିନେତା ତଥା ନିର୍ଦ୍ଦେଶକ ଚିନ୍ମୟ ତ୍ରିପାଠୀ ଯୋଗ ଦେଇଥିଲେ । ବରିଷ୍ଠ ସଦସ୍ୟ ମନୋରଞ୍ଜନ ଦାଶ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଏନଏସପିସିଏଲର ବରିଷ୍ଠ ଅଧିକାରୀ କେ ସତ୍ୟନାରାୟଣ ଓ କବି ନିଳାଦ୍ରୀ ମହାପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ନାରାୟଣ ପତି,ଡ କୃପାସିନ୍ଧୁ ନାୟକ, ଭାରତ ଭୂଷଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ନିରୁପମା ପତି ଶେ୍‌ଲାକ ଉଚ୍ଚାରଣ କରିଥିଲେ। ଶେଷରେ ଗୈାତମ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଆଜି ନାଟକର ନିର୍ଦ୍ଦେଶକ ସୈାନିକା ସାହୁଙ୍କୁ ଉପଢ଼ୌକନ ଓ ଛତା ତଥା କଳାକାର ମାନଙ୍କ ପାଇଁ ପ୍ରସଂଶାପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ରାଜୀବ ପାଣି, ଇଂ ଗୋପୀନାଥ ପଟ୍ଟନାୟକ, ଡ଼ଃ ଅଜୟ ମିଶ୍ର, ଅଶୋକ ପଟ୍ଟନାୟକ, ଡ ସୁମନ୍ ଦତ୍ତ, ବିଜୟ କୁମାର ପାତ୍ର, ଆଲୋକ ବୋଷ, ସରୋଜକାନ୍ତ ଜେନା, ଅଙ୍ଗୁରବାଳା ପରିଡ଼ା, ସରୋଜ ଶଙ୍ଖୁଆ, ସୁଦେଶ ନାୟକ, ରାଜ କୁମାର ମହାନ୍ତି, ପ୍ରଫୁଲ୍ଲ ସେଠି, ବବି ମହାଳିକ, ଗୟାଧର ମହାଳିକ, ବିଲୋଚନ ପାତ୍ର, ପ୍ରଫୁଲ୍ଲ ସାମଲ, ଗୀତାରାଣୀ ବେହେରା, ଉମାକାନ୍ତ ବିଶୋଇ ଓ ଅଶୋକ ଦୁଙ୍ଗୁରି, ରଶ୍ମି ସାହୁ, ସୁଶାନ୍ତ ନାୟକ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.