ବେଲପଡ଼ା ଡାକ୍ତରଖାନା ପରିସରରେ ବ୍ଲକସ୍ତରୀୟ ମେଗା ସ୍ୱାସ୍ଥ୍ୟ ଶିବିର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆୟୁଷମାନ ଭାରତ ବ୍ଲକସ୍ତରୀୟ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ମେଡିକାଲ ଅଫିସର ଡା. ରବିନ୍ଦ୍ର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଯୋଗଦେଇଥିଲେ । ସମ୍ମାନିତ ଅତିଥି ରୂପେ ବେଲପଡ଼ା ବ୍ଲକ ଚେୟାରମ୍ୟାନ ଟିନା କୁମ୍ଭାର ଓ ଭାଇସ ଚେୟାରମ୍ୟାନ ଦୁର୍ଯ୍ୟାଧନ କୁମ୍ଭାର ଯୋଗ ଥିବା ବେଳେ ବେଲପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭିକ୍ଟର ସୁରେନ ବେଲପଡ଼ା ସରପଞ୍ଚ ହରିଶ ବୁଡେକ ପ୍ରମୁଖ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣା ଔଷଧ ବଣ୍ଟନ କରିଥିଲେ । ଶିବିରରେ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହି ଅବସରରେ ଆଇସିଡିଏସ୍‌ ବିଭାଗ ତରଫରୁ ଖାଦ୍ୟ ପ୍ରଦର୍ଶନୀ ପ୍ରଦର୍ଶିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିପିଏମ୍‌ ରଶ୍ମିରଞ୍ଜନ ପୁରୋହିତ, ପିଏଚ୍‌ଇଓ ମଞ୍ଜୁଲତା ସେଠୀ ସମେତ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!