oom

ଶାସ୍ତ୍ରୀ ନଗର ସହରାଂଚଳ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଦ୍ଵିତୀୟ ଅଣସଂକ୍ରମଣ ରୋଗ ଚିହ୍ନଟ ଶିବିରର ଆୟୋଜନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ରୁଗୁଡ଼ିପଡ଼ା ହୋଟେଲ ପାର୍କ ଲ୍ୟାଣ୍ଡ ପରିସର ମଧ୍ୟରେ ଜିଲ୍ଲା ସହରାଞ୍ଚଳ ପ୍ରାଥମିକ କେନ୍ଦ୍ର (ୟୁବିଏଚ୍‌ସି) ତଥା ଓଡିଶା ସରକାରଙ୍କ ପରିବାର କଲ୍ୟାଣ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ- ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ତରଫରୁ ଦ୍ଵିତୀୟ ଅଣସଂକ୍ରମଣ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା ଯେଉଁଠି ବଲାଙ୍ଗିର ସହରରେ ଥିବା ଜନସାଧାରଣ ବିଶେଷତଃ ସହରୀ ଅଂଚଳରେ ବସବାସ କରୁଥିବା ଆଜି ପ୍ରାୟତଃ ବୟୋଜ୍ୟେଷ୍ଠ ବ୍ୟକ୍ତି ସମୂହ ତାଙ୍କ ସବିଶେଷ ସ୍ୱାସ୍ଥ୍ୟ ପରୀକ୍ଷା ଯଥା ଉଚ୍ଚ ଓ ନିମ୍ନ ରକ୍ତଚାପ, ମଧୁମେହ, ସଠିକ୍‌ ଉଚ୍ଚତା, ଓଜନ ଓ ବିଶେଷ ଭାବରେ କ୍ୟାନ୍ସର ଭଳି ମାରାତ୍ମକ ବ୍ୟାଧିକୁ ଚିହ୍ନଟ କରି ତାଙ୍କୁ ଆହୁରି ବିହିତ ପରାମର୍ଶ ପାଇଁ ଉପଯୁକ୍ତ ନିର୍ଦ୍ଧାରିତ ସ୍ଥାନକୁ ପ୍ରେରଣ କରାଇବାକୁ ପରାମର୍ଶ ଦିଆଯାଇଥିଲା । ଏହାଛଡା ବୟୋଜ୍ୟେଷ୍ଠ ବ୍ୟକ୍ତି ସମୂହଙ୍କୁ ଏକ ସୁସ୍ଥ ଜୀବନଯାପନ ପାଇଁ ସଠିକ୍‌ ସୁଷମ ଖାଦ୍ୟ, ସର୍ବନିମ୍ନ ଅଧଘଣ୍ଟାର ବ୍ୟାୟାମ ଓ ଯୋଗ ଅଭ୍ୟାସ, ନିୟମିତ ଶରୀରର ସ୍ୱାସ୍ଥ୍ୟଗତ ଯାଞ୍ଚ ଇତ୍ୟାଦି ପାଇଁ ପରାମର୍ଶ ଦିଆଯାଇଥିଲା । ଉପରୋକ୍ତ ଶିବିରରେ ସର୍ବମୋଟ ୧୧୦ ଜଣ ବ୍ୟକ୍ତି ବିଶେଷ ଆସି ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଏହି ଶିବିରରେ ଏକ ଅନୁନ୍ୟ ଓ ଉପଯୋଗୀ ଶିବିର ଯେଉଁଠି ଆମ ଅଂଚଳରେ ଆସନ୍ତା ଦିନରେ ଏଭଳି ସ୍ୱାସ୍ଥ୍ୟ ଚିକିତ୍ସାକୁ ଆହୁରି ବ୍ୟାପକ କରାଯିବା ଆବଶ୍ୟକ ବୋଲି ନେସନାଲ ପିସ ଊନୀସନ ନିର୍ଦେଶକ, ଚେୟାରମ୍ୟାନ ସତ୍ୟ ମିଶ୍ର, ରବି ରଞ୍ଜନ ପୂଜାରୀ କାର୍ଯ୍ୟକ୍ରମରେ ଅତିଥି ଆକାରରେ ଯୋଗଦାନ କରି ନିଜ ମତ ପ୍ରକାଶ କରିଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡା. ଆଶିଷ ବିଶ୍ୱାସ, ଜାତୀୟ ସ୍ୱାସ୍ଥ୍ୟ ମିଶନର ସହଯୋଗୀ ମେନେଜର ରାମାନୁଜ ପଣ୍ଡା ଯୋଗଦାନ କରି ଏହି ସ୍ୱାସ୍ଥ୍ୟ ପରୀକ୍ଷାର ବିଶେଷତ୍ୱ ସମ୍ପର୍କରେ ସଭିଁଙ୍କୁ ସୂଚନା ଦେଇଥିଲେ । ଉପରୋକ୍ତ ଶିବିରରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀ ନଗରର ଗୌରବ ପଧାନ(ଫାର୍ମାସିଷ୍ଟ), ଶ୍ରୀମତୀ ମାମି ସିଂଦେଓ, ଶ୍ରୀମତୀ ରୋଜାଲିନା ହୋତା (ନର୍ସିଂ), ରାହୁଳ ପାଲ (ଡାଟା ମେନେଜର), ଶ୍ରୀମାନ ସତ୍ୟବ୍ରତ (ଏଲ୍‌ଟି), ଯତୀନ ପଶାୟତ, ଅଞ୍ଜଳୀ ନାଗ, ବିପିନ ବିହାରୀ ସେଟ, ଦାଶରଥି ପଧାନ ଇତ୍ୟାଦିଙ୍କ ସହ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଭୁକ୍ତ ଆଶା ଦିଦି ଗଣ, ସ୍ୱାସ୍ଥ୍ୟ କର୍ମୀ, ଏହି ଅଣସଂକ୍ରମଣ ସ୍ୱାସ୍ଥ୍ୟ ଶିବିରକୁ ସଫଳ କରାଇବାରେ ସହାୟକ ହୋଇଥିଲେ । ଏହି ଅଣସଂକ୍ରମଣ ସ୍ୱାସ୍ଥ୍ୟ ପରୀକ୍ଷା ଶିବିରକୁ ଆହୁରି ଅନେକ ସ୍ଥାନ ମାନଙ୍କରେ ଆୟୋଜନ କରାଯାଇ ଏହାର ଉପାଦେୟତାକୁ ସବୁବର୍ଗର ଲୋକ ସହାୟତା ପାଇପାରିବେ ବୋଲି ସରକାର ଆଶାବ୍ୟକ୍ତ ବୋଲି ଜାତୀୟ ସ୍ଵାସ୍ଥ୍ୟ ମିଶନ ପକ୍ଷରୁ କୁହାଯାଇଛି ।

jittmm
Leave A Reply

Your email address will not be published.