ବିଶ୍ୱ ସ୍ୱପରାୟଣତା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥିତ ଏସ୍‌ବି ନିରତାଲ ତତ୍ତ୍ୱାବଧାନରେ ଚାଳିତ ସିଆର୍‌ସି-ଏସ୍‌ଆର୍‌ଇ – ପୂର୍ନବାସ କେନ୍ଦ୍ରଠାରେ ସ୍ୱପରାୟଣ (ଅର୍ଟିଜମ) ସଚେତନତା ଦିବସ ପାଳିତ ହୋଇଯାଇଛି । ସିଆର୍‌ସି-ଏସ୍‌ଆର୍‌ଇ ବଲାଙ୍ଗିରର ନିର୍ଦ୍ଦେଶକ ସୂର୍ଯ୍ୟମଣୀ ପ୍ରସାଦଙ୍କ ତତ୍ତ୍ୱାବଧାନ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଶିଶୁ ରୋଗ ବିଶେଷଜ୍ଞ ଡା. ସରୋଜ କୁମାର ତିହାଡି ଓ ଡା. ପୁଷ୍ପରଂଜନ ମିଶ୍ର ଯୋଗଦାନ ଦେଇଥିଲେ । ଅନ୍ୟାନ୍ୟ ଅତିଥିବୃନ୍ଦ ଭାବରେ ରେଡକ୍ରସ କର୍ମୀ ରାମ ନାରାୟଣ ଦାଶ, ଯୁବ ରେଡକ୍ରସ ସଂଯୋଜକ ଡ. ଦୈତାରୀ ପୁଜାରି ଯୋଗଦାନ ଦେଇଥିଲେ । କୁତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ବିଶେଷଜ୍ଞ ସୁରେନ୍ଦ୍ର ଭୋଇ ଅତିଥି ପରିଚୟ ପ୍ରଦାନ କରିଥିଲେ । ସ୍ୱପରାୟଣର ରୋଗର କାରଣ, ଲକ୍ଷଣ ଓ ପ୍ରତିକାର ସମ୍ବନ୍ଧରେ ଅତିଥିମାନେ ମତବ୍ୟକ୍ତ ରଖିଥିଲେ । ଶିଶୁମାନଙ୍କର ସ୍ୱପରାୟଣ ସମସ୍ୟା ସମାଧାନର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିବା ସହ ଅଭିଭାବକମାନଙ୍କୁ ଉଦ୍‌ବୋଧନ ସମୟରେ ଶିଶୁଠାରୁ ମୋବାଇଲ ଓ ଦୂରଦର୍ଶନ ଠାରୁ ଦୂରେଇ ରଖିବା ପାଇଁ ଗୁରୁତ୍ୱ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ସିଆର୍‌ସି-ଏସ୍‌ଆର୍‌ଇ କର୍ମଚାରୀ ସ୍ୱତନ୍ତ୍ର ଶିକ୍ଷାଦାତ୍ରୀ ଡା. ମିନତିରାଣୀ ମହାପାତ୍ର, ବାବୁଲା ସୁନା, ଆର୍ତ୍ତତ୍ରାଣ ପଟେଲ, ଗୀତାଞ୍ଜଳି ନାଏକ, ସୌମ୍ୟରଂଜନ ମିଶ୍ର, ଠାକୁର ଜଗଦିଶ ସିଂହ, ସଂଗୀତା ରାଉତ, ରିଙ୍କୁ ବାରିକ ପ୍ରମୁଖ ଉପସ୍ଥିତ ରହି ବିଶେଷ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଆକ୍ୟୁପ୍ରସରଥେରାପିଷ୍ଟ ରଞ୍ଜିତା ପଣ୍ଡା ଓ ଫିଜିଓଥରାପିଷ୍ଟ ସୁରଜ କୁମାର ବଡଜେନା ପରିଚାଳନା କରିଥିବା ବେଳେ ପୁର୍ନବାସ ଅଧିକାରୀ ସୌମ୍ୟ ଶେଖର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.