ନବାଗତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ ଓଡିଆ ବିଭାଗ ତରଫରୁ ପ୍ରଥମ ବର୍ଷର ନବାଗତମାନଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଜାତା ପ୍ରଧାନ ଏହି ଉତ୍ସବକୁ ଉଦ୍‌ଘାଟନ କରି ଆଶୀର୍ବଚନ ଓ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ ସହ ମହାବିଦ୍ୟାଳୟ ତଥା ଛାତ୍ର ଜୀବନର ଲକ୍ଷ୍ୟ ପୂରଣ କରିବା ପାଇଁ ଆହ୍ୱାନ ଦେଇଥିଲେ । ଓଡିଆ ବିଭାଗର ମୁଖ୍ୟ ଅଧ୍ୟାପିକା ରଶ୍ମିପ୍ରଭା ମଥାନ ଉତ୍କଳୀୟ ଭାଷା, ସାହିତ୍ୟ, ସଂସ୍କୃତିର ସଂରକ୍ଷକ ଏବଂ ବିଭାଗୀୟ ସ୍ୱପ୍ନର ସାର୍ଥକ ରୂପକାର ହେବା ପାଇଁ ପ୍ରେରିତ କରିବା ସହ ଶୁଭାଶିଷ ଦେଇଥିଲେ । ଅଧ୍ୟାପକ ଡଃ ଅରବିନ୍ଦ ଦାସ ବିଶ୍ୱାସ ଏବଂ ବନ୍ଧୁତ୍ୱକୁ ଗୁରୁତ୍ୱ ଦେଇ ସାହିତ୍ୟ ପ୍ରାଣ ହେବାକୁ କହିଥିଲେ । ଅନ୍ୟତମ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ବିଭାଗର କ୍ରମାଗତ ସଫଳତାକୁ ଆଗକୁ ବଢାଇବା ପାଇଁ ପ୍ରେରିତ କରିଥିଲେ । ଛାତ୍ରୀ ପୁଷ୍ପାଞ୍ଜଳି ମୁଦୁଲିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ବିଷ୍ଣୁପ୍ରିୟା ପାତ୍ର, ଶ୍ରୀୟଶ୍ରୀ କୁଜୁର, ମନସ୍ୱୀ ଜେନା, ସଂଗୀତା ବେହେରା, ଦୀପିକା ବାଗ, ସ୍ବାଗତ ସଂଗୀତ ଗାନ କରିଥିବା ବେଳେ ସମ୍ବର୍ଦ୍ଧନାର ପ୍ରତ୍ୟୁତ୍ତରରେ ନବାଗତ ଛାତ୍ରଛାତ୍ରୀ ଅନିତା ଜଗଦ୍ଦେବ, ଭବାନୀ ସାହୁ, ରୂପେଶ ଗୋପ କୃତଜ୍ଞତା ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷ ଗୌଡ, ବିଶ୍ବଜିତ ବାରିକ, ପ୍ରୀତି ସିଂହ, ଶୁଭଶ୍ରୀ ପାତ୍ର, ଦୀପିକା ଦାସ, ଶୃତି ଗନ୍ତାଘରିଆ, ଅଞ୍ଜଳୀ ମୁଣ୍ଡା, ସୁବ୍ରତ, ଆଦିତ୍ୟ, ସୂରଜ, ସୁଇଟି, ଅଭୟ, ଅଶୋକ, ବହି, ସମୀର, ନିରଞ୍ଜନ, ମାନସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଅନ୍ନପୂର୍ଣ୍ଣା ବରାଳ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.