lika

ଓବିସି ଜନଜାଗରଣ ରଥକୁ ନୂଆପଡ଼ାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

gbag

ନୂଆପଡା, (ନିରାକାର ମେହେର) : ଓବିସି ଶ୍ରେଣୀର ଲୋକମାନଙ୍କୁ ଜନଜାଗରଣ କରିବା ପାଇଁ ରାଜ୍ୟବ୍ୟାପୀ ଭ୍ରମଣ କଲା ଓବିସି ରଥ । ମଙ୍ଗଳବାର ନୂଆପଡା ଜିଲ୍ଲାରେ ଏହି ରଥ ଭ୍ରମଣ କରିଛି । ଏହି ରଥକୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ରାଜ୍ୟ ଓବିସି ମଞ୍ଚ ସଭାପତି ଶଙ୍କର ପାତ୍ରଙ୍କ ଆହ୍ୱାନ କ୍ରମେ ରାଜ୍ୟର ୩୦ଟି ଜିଲ୍ଲାରେ ଭ୍ରମଣ କରିଛି ଓବିସି ରଥ । ଓଡ଼ିଶା ରାଜ୍ୟ ତଥା ସାରା ଭାରତ ବର୍ଷରେ ହାରାହାରି ୫୩ରୁ ୫୪ ଶତକଡ଼ା ଓବିସି ବର୍ଗର ଲୋକେ ବସବାସ କରୁଥିବା ବେଳେ ଏହି ବୃହତ ବର୍ଗ ପ୍ରତି ସରକାର ଚରମ ଅବହେଳା କରୁଥିବା ଅଭିଯୋଗ କରିଛି ରାଜ୍ୟ ଓବିସି ମଞ୍ଚ । ଦେଶର ସମ୍ବିଧାନରେ ଓବିସି ବର୍ଗର ଲୋକମାନଙ୍କ ପାଇଁ ନିଯୁକ୍ତି, ଶିକ୍ଷା, ରାଜନୀତି କ୍ଷେତ୍ରରେ ୨୭ ପ୍ରତିଶତ ସ୍ଥାନ ସଂଗ୍ରକ୍ଷଣ (କୋଟା) ରହିଥିବା ବେଳେ ଓଡ଼ିଶା ସରକାର ଓବିସିଙ୍କୁ ସୁରକ୍ଷା ସଂରକ୍ଷଣ ଦେବା ବଦଳରେ ଚରମ ଅବହେଳା କରିଛନ୍ତି । ଦେଶ ସ୍ୱାଧୀନତା ୭୬ ବର୍ଷ ବିତି ଯାଇଥିଲେ ସୁଦ୍ଧା ଓବିସିଙ୍କ ଭାଗ୍ୟ ଭବିଷ୍ୟତ ବିଷୟରେ ଚିନ୍ତା କରିନାହାନ୍ତି ସରକାର । ଏନେଇ ରାଜ୍ୟବ୍ୟାପୀ ଓବିସି ତାତି ଲାଗିଥିବା ବେଳେ ଓବିସି ଲୋକଙ୍କୁ ଜନ ଜାଗରଣ କରିବା ପାଇଁ ୨୬ ନଭେମ୍ବର ପବିତ୍ର ସମ୍ବିଧାନ ଦିବସ ପରଠୁ ଓଡ଼ିଶା ଭ୍ରମଣ ଲକ୍ଷ୍ୟ ନେଇ ଓବିସି ରଥ ବାହାରିଛି । ତେବେ ଏହି ରଥ ଆଜି କଳାହାଣ୍ଡି ଜିଲ୍ଲା ଦେଇ ନୂଆପଡ଼ା ଜିଲ୍ଲା ହାତୀବନ୍ଧା, କାପସି, ଗର୍‌ରାମାଲ, ତିମନପୁର, ବୋଡେ଼ନ ଅଞ୍ଚଳରେ ଓବିସି ରଥ ଭ୍ରମଣ କରି ଓବିସି ମଞ୍ଚର ଲକ୍ଷ୍ୟ ଓ ଭବିଷ୍ୟତ ସମ୍ପର୍କରେ ଲୋକଙ୍କୁ ସଚେତନ କରିଛନ୍ତି । ରଥରେ ରାଜ୍ୟ ଓବିସି ମଞ୍ଚ ସଭାପତି ଶଙ୍କର ପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ସମାର୍ଜିତ ବେହେରା, କୋଷଧ୍ୟକ୍ଷ ପରଦେଶୀ ବିଶ୍ୱାଳ, ରାଜ୍ୟ ପ୍ରବକ୍ତା ବିରଞ୍ଚି ସାହୁ ପ୍ରମୁଖ ରହିଛନ୍ତି । ଆଜି ନୂଆପଡା ଜିଲ୍ଲା ହାତୀବନ୍ଧାଠାରେ ଓବିସି ରଥକୁ ସ୍ୱାଗତ କରିବା ପାଇଁ ନୂଆପଡା ଓବିସି ମଞ୍ଚ ସଭାପତି ଜଗବନ୍ଧୁ ବାରିକ, ଖଡ଼ିଆଳ ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି, ଖଡ଼ିଆଳ ନଗରପାଳ ଉଜ୍ଜଳ ଗୁପ୍ତା, ଯୁବନେତା ପ୍ରିୟରଞ୍ଜନ ମେହେର, କପିଳ ଭୋଇ, ହୀରାଧର ମେହେର ସହିତ ଜିଲ୍ଲା ଓବିସି ମଞ୍ଚର ବହୁ ସଂଖ୍ୟକ ନେତୃମଣ୍ଡଳୀ ଉପସ୍ଥିତ ରହିଥିଲେ ।

babaa
Leave A Reply

Your email address will not be published.