oom

ମହାମହର୍ଷି ବ୍ୟାସଦେବଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ସ୍ୱାଗତ କଲା ସଚେତନ ନାଗରିକ ମଞ୍ଚ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ବ୍ୟାସକ୍ଷେତ୍ର ତଥା ମିନି ତ୍ରିବେଣୀ ସଂଗମ ପାଇଁ ପ୍ରସିଦ୍ଧି ଲାଭ କରିଥିବା ବେଦବ୍ୟାସ ଖାଲି ଇସ୍ପାତନଗରୀ ରାଉରକେଲା କାହିଁକି ସମଗ୍ର ରାଜ୍ୟ ତଥା ଦେଶରେ ଏକ ସୁପରିଚିତ ନାମ । ଶିବରାତ୍ରି ମେଳା ପାଇଁ ବେଦବ୍ୟାସ ପ୍ରସିଦ୍ଧ । ଓଡିଶା ସମେତ ଛତିଶଗଡ, ମଧ୍ୟପ୍ରଦେଶ, ଝାଡଖଣ୍ଡ, ବିହାର ପ୍ରମୁଖ ରାଜ୍ୟରୁ ବ୍ୟବସାୟୀମାନେ ଆସି ଏଠାରେ ସେମାନଙ୍କ ବିପଣି ଖୋଲି ବେଶ୍ ଦୁଇପଇସା ରୋଜଗାର କରିଥାନ୍ତି । ଏହା ସହ ସହରବାସୀ ମଧ୍ୟ ଏହି ମେଳାରୁ ନିଜର ଆବଶ୍ୟକୀୟ ସାମଗ୍ରୀ କିଣିଥାନ୍ତି । ତେବେ ଏହି କ୍ଷେତ୍ରରେ କ୍ଷେତ୍ରାଧିପତି ବ୍ୟାସଦେବଙ୍କ ପ୍ରତିମୂର୍ତ୍ତିଟିଏ ନଥିଲା । ଏହା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସଚେତନ ନାଗରିକ ମଞ୍ଚର ପ୍ରତିଷ୍ଠାତା ଓ ଉପଦେଷ୍ଟା ଦିଲ୍ଲୀପ ରାୟଙ୍କ ଦୃଷ୍ଟିରେ ଆସିବା କ୍ଷଣି ଏଠାରେ ସେ ମହାମହର୍ଷି ବ୍ୟାସଦେବଙ୍କ ମୂର୍ତ୍ତି ସହ ଗଣେଶଙ୍କ ମୂର୍ତ୍ତିଟିଏ ସ୍ଥାପନ କରି ସହରବାସୀଙ୍କ ବହୁ ଦିନର ସ୍ୱପ୍ନକୁ ପୂରଣ କରିଛନ୍ତି । ଯାହା ରାଉରକେଲାବାସୀଙ୍କୁ ଅତ୍ୟଧିକ ଆନନ୍ଦ ପ୍ରଦାନ କରିଛି । ଏହି କ୍ରମରେ ଆସନ୍ତା ୧୨,୧୩,୧୪ ଓ ୧୫ ତାରିଖରେ ବ୍ୟାସଦେବଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ ହେବ । ଏଥିରେ ଶ୍ରୀ ରାୟଙ୍କ ପୌରାହିତ୍ୟରେ ବେଦବ୍ୟାସଙ୍କ ପ୍ରତିମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା କରାଯିବ । ଏଥିପାଇଁ ସଚେତନ ନାଗରିକ ମଞ୍ଚର ସାଧାରଣ ସଂପାଦକ ପି ପି ରାୟ ଓ ସଭାପତି ଡାକ୍ତର ଫକୀର ଚରଣ ହୋତା, କାର୍ଯ୍ୟକାରୀ ସଭାପତି ଡ. ପୀତବାସ ମିଶ୍ର, ଜଗବନ୍ଧୁ ଜେନା, ଗୋପୀନାଥ ପଟ୍ଟନାୟକ, ଡାକ୍ତର ୟୁ ସି ଜେନା, ଡାକ୍ତର ଗୋପବନ୍ଧୁ ବଳ, ଉପେନ୍ଦ୍ର ନାୟକ, ମୀନତି ଦେବତା, ଇଂ ଉତ୍ତମ କୁମାର ସାମଲ, ଅମୂଲ୍ୟ ବରାଳ, ନିରଞ୍ଜନ ଦାସ, ଡାକ୍ତର ବସନ୍ତ ଦାସ ପ୍ରମୁଖ କର୍ମକର୍ତ୍ତା ସାଧୁବାଦ ଦେବା ସହ ଏହାର ଆବଶ୍ୟକତା ସଂପର୍କରେ ମତ ରଖିଛନ୍ତି । ଅନ୍ୟ ପଟେ ଏହି କ୍ଷେତ୍ରକୁ ବିକଶିତ କରିବା ସହ ଝୁଲା ପୋଲର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ସେହିପରି ରାଉରକେଲାରୁ କୋରାପୁଟ ଚାଲୁଥିବା ଟ୍ରେନ୍‌କୁ ବ୍ୟାସଦେବଙ୍କ ନାମରେ ନାମିତ କରିବାକୁ ସଚେତନ ନାଗରିକ ମଞ୍ଚ ଦାବୀ କରୁଛି ବୋଲି ଶ୍ରୀ ରାୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ତେବେ ମହର୍ଷି ବେଦବ୍ୟାସ ଓ ବିଘ୍ନନାଶନ ଗଣେଶଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସହରବାସୀ ବହୁ ସଂଖ୍ୟାରେ ଯୋଗ ଦେବାକୁ ମଂଚ ପକ୍ଷରୁ ନିବେଦନ କରାଯାଇଛି ।

jittmm
Leave A Reply

Your email address will not be published.