ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ସ୍ୱାଗତ ଜଣାଇଲେ ବିଧାୟକ ସାଲୁଜା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଙ୍ଗୋମୁଣ୍ଡା ବ୍ଲକର ନବ ନିର୍ବାଚିତ ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ , ଜିଲ୍ଲା ପରିଷଦ ସଦସ୍ୟ ଯେଉଁମାନେ କି କଂଗ୍ରେସ ଦଳରୁ ବିଜୟୀ ହୋଇଛନ୍ତି ସେମାନଙ୍କୁ ଆଜି ବ୍ଲକ କାର୍ଯ୍ୟାଳୟରେ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଉପସ୍ଥିତିରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଳା ବେହେରା, ବ୍ଲକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ୍‌ ଓ ବଙ୍ଗୋମୁଣ୍ଡା ବ୍ଲକର ୨୦ ନଂ ଜୋନ୍‌ର ଜିଲ୍ଲା ପରିଷଦ ସଦସ୍ୟ ଓମ୍‌ କୁମ୍ଭାରଙ୍କୁ କଂଗ୍ରେସ ଦଳ ପକ୍ଷରୁ ଫୁଲତୋଡା ଦେଇ ସ୍ୱାଗତ କରାଯାଇଥିଲା ।

Leave A Reply

Your email address will not be published.