ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭୭ତମ ସ୍ୱାଧୀନତା ଦିବସ ପାଳିତ

ଜରାସିଂହା, (କେପିଏନ୍‌ଏସ୍‌) : ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭୭ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ବସନ୍ତ କୁମାର ମନହିରା ପତାକା ଉତ୍ତୋଳନ କରିଥିଲେ ଏବଂ ହିଂସା ଓ ଦ୍ୱେଷ ପରିହାର କରି ଭ୍ରାତୃତ୍ୱ ଭାବ ପ୍ରଦର୍ଶନ କରିବା ପାଇଁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରି ଦେଶ ପାଇଁ ବଳିଦାନ ଦେଇଥିବା ମହାନ ଜନନାୟକ ମାନଙ୍କୁ ସ୍ମରଣ କରିଥିଲେ । ଏହି ଉପଲେକ୍ଷେ ବିଦ୍ୟାଳୟର ପ୍ରାଧ୍ୟାପକ ଗୋବିନ୍ଦ ମେହେର, ଧୋବାଇ ଚରଣ ପଟେଲ, ରଞ୍ଜନ କୁମାର ପାଣିଗ୍ରାହୀ, ଦୁର୍ବାଦଳ ଘିବେଲା, ମୁକେଶ କୁମାର ପଟ୍ଟନାୟକ, ପ୍ରଶାନ୍ତ କୁମାର ଥନାପତି ସମସ୍ତ କର୍ମଚାରୀ ଓ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.