oom

ଆରୁହାବୃତ୍ତି ନଂ.୧ ଗ୍ରାମରେ ଯୁବକ ସଂଘ ତରଫରୁ ୭୫ ତମ ସ୍ୱାଧିନତା ଦିବସ ପାଳିତ

jsmm

ଭୋଗରାଇ, (ଶିବନାରାୟଣ ପାତ୍ର) : ସ୍ୱାଧିନତା ପ୍ରତି ମଣିଷର ଜନ୍ମଗତ ଅଧିକାର । ଏହାକୁ ହାସଲ କରିବା ଦିଗରେ ଭାରତୀୟଙ୍କ ଦୀର୍ଘ ଦୁଇ ଶତାବ୍ଦୀର ବଳିଦାନ ସମଗ୍ର ବିଶ୍ୱ ପାଇଁ ଏକ ଅନୁପ୍ରେରଣା । ମାତ୍ର ଏହି ପରିପ୍ରେକ୍ଷୀରେ ଭୋଗରାଇ ବ୍ଲକ ଅନ୍ତର୍ଗତ ଆରୁହାବୃତ୍ତି ନଂ-୧ ଗ୍ରାମପଞ୍ଚାୟତ ଅଧିନସ୍ଥ ସେହି ଗ୍ରାମରେ ଯୁବକ ସଂଘ ତରଫରୁ ଅନୁଷ୍ଠିତ ୭୫ ତମ ସ୍ୱାଧିନତା ଦିବସ ସମାରୋହରେ ଯୋଗ ଦେଇଥିବା ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ଯୁବକ ସଂଘ ତରଫରୁ ସମାଜସେବୀ ତଥା ବରିଷ୍ଠ ନାଗରିକ ମହମ୍ମଦ ଜେଲାର ଖାନ ଜାତୀୟ ପତାକା ଉତ୍ତୋଳନ କରିବା ସହ ସଂଘର ପ୍ରତିଷ୍ଠାତା, ସଭାପତି ରବିଦତ୍ତଙ୍କ ପୌରହିତ୍ୱରେ ଅନୁଷ୍ଠିତ ସଭାରେ ସଂପାଦକ ତପନ କୁମାର ଦେ, ସହସଂପାଦକ ସୁଜୟ ଆଚାର୍ଯ୍ୟ, ସମାଜସେବୀ ବସନ୍ତ ବାରିକ, ଗୌରହରି କାମିଳା, ଅରୁଣ ଦତ୍ତ, ଲକ୍ଷ୍ମଣ ଦାସ, ମନ୍ମଥ ଦାସ, ଚନ୍ଦନ ପଣ୍ଡା, ଅରୁଣ ଜେନା, ହରେକୃଷ୍ଣ ବାରିକ, ଉଜ୍ଜଳ ବାରିକ, ସଞ୍ଜୟ ଦତ୍ତ ପ୍ରମୁଖ ଯୋଗଦେଇ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ବକ୍ତବ୍ୟ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.