
କରୋନା ସଂକ୍ରମଣ ଯୋଗୁଁ ବିନା ଶିକ୍ଷାନୁଷ୍ଠାନର ସାମିଲରେ ଫିକା ପଡିଲା ପ୍ୟାରେଡ଼ ଗ୍ରାଉଣ୍ଡ : ଏନ୍ଏସି ସ୍ତରୀୟ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କଲେ ମୁଖ୍ୟ ଅତିଥି

କଂଟାବାଂଜି ଏନ୍ଏସି ସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ପାଳିତ
କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ଏନ୍ଏସି ସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ସ୍ଥାନୀୟ ରେଲବାଇ ଷ୍ଟାଡିୟମରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାଳିତ ହୋଇଯାଇଛି । ଚଳିତ ବର୍ଷ କରୋନା ସଂକ୍ରମଣର ବ୍ୟାପକ ବୃଦ୍ଧି ଯୋଗୁଁ ସରକାରଙ୍କ କଟକଣା ମଧ୍ୟରେ ସାମାଜିକ ଦୂରତା ରକ୍ଷା କରି ଜାତୀୟ ଦିବସ ପାଳିତ ହୋଇଛି । ଏହି ଦିବସ ପାଳନ ଅବସରରେ କଂଟାବାଂଜି ସହରକୁ ସଂକ୍ରମଣରୁ ରକ୍ଷା କରିବା ନେଇ ସହରର କୌଣସି ଶିକ୍ଷାନୁଷ୍ଠାନକୁ ସାମିଲ କରାଯାଇ ନଥିଲା । ପ୍ରତ୍ୟେକ ବର୍ଷ ୩୫ରୁ ଊର୍ଦ୍ଧ ଟ୍ରୁପ୍ ଭାଗ ନେଇ ଜାତୀୟ ପତକାକୁ ସଲାମୀ ପ୍ରଦାନ କରୁଥିଲେ, କିନ୍ତୁ ଏ ବର୍ଷ ଶିକ୍ଷାନୁଷ୍ଠାନଗୁଡିକ ସାମିଲ ନ ହେବାରୁ ଫୁଟବଲ ଗ୍ରାଉଣ୍ଡ ଖାଁ ଖାଁ ଲାଗିଥିଲା । କିନ୍ତୁ ସ୍ଥାନୀୟ ଥାନାର ଯବାନ ଏବଂ ଏନ.ସି.ସି. ଅଫିସର ଛେଲିଆ ସାହୁଙ୍କ ନେତୃତ୍ୱରେ ଏନ.ସି.ସି. କ୍ୟାଡେଟ ଓ ପୋଲିସ ପର୍ସନାଲ ସହ ସାମ୍ବାଦିକଙ୍କୁ ମିଶାଇ ମୋଟ ୫୦ଜଣଙ୍କ ଉପସ୍ଥିତିରେ ପାଳିତ ହୋଇଛି ସ୍ୱାଧୀନତା ଦିବସ । ଖାଁ ଖାଁ ପରିବେଶ ମଧ୍ୟରେ ମଧ୍ୟ ଦେଶର ବଳିଦାନରେ ସାମିଲ ଥିବା ଯବାନ ଏବଂ ସ୍ୱାଧୀନ ଭାରତକୁ ସମ୍ମାନ ଦେବା ଅବସରରେ ପାଳିତ ହୋଇଛି ସ୍ୱାଧୀନତା ଦିବସ । ଏହି ଅବସରରେ ସ୍ଥାନୀୟ ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତକା ଉତତୋଳନ କରିଛନ୍ତି । ସ୍ୱାଧୀନତା ଦିବସ ପାଳନ ଅବସରରେ ନିଜର ବକ୍ତବ୍ୟ ରଖି କଂଟାବାଂଜି ସହର ତଥା ଓଡିଶା ଓ ଦେଶର ସୁରକ୍ଷା ପାଇଁ ସାମାଜିକ ଦୂରତା ପାଳନ କରିବା ସହିତ ସମସ୍ତ କରୋନା ଯୋଦ୍ଧାଂକୁ ସହଯୋଗ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ଗତ ୫ ମାସ ହେଲା କଂଟାବାଂଜି ସହରରେ କରୋନା ସଂକ୍ରମଣ ରୋଗର ପ୍ରତିରୋଧ ପାଇଁ କାମ କରିଥିବା କରୋନା ଯୋଦ୍ଧାମାନଙ୍କୁ ସମ୍ମାନିତ କରାଯାଇଛି ।

କଂଟାବାଂଜିର ବିଶିଷ୍ଟ ବ୍ୟକ୍ତି ନୁନକର ଜୈନଙ୍କ ସ୍ମୃତିରେ ଦାନ କରାଯାଇଥିବା ଟ୍ରଫିକୁ ଏନ.ଏ.ସି. ଦ୍ୱାରା କରୋନା ଯୋଦ୍ଧା ଡାକ୍ତର ଏସ.ପି.ଡି. ପଣ୍ଡା, ଏନଏସି ଜେଇ ଆଦିତ୍ୟ ମିଶ୍ର, ପିଅନ ଯନ୍ତେଶ ତାଣ୍ଡି, ସତ୍ୟନାରାୟଣ ଦୀପ, ସୁନୀଲ ନାଗ, ସଂଜୟ ନାଗ, ଫାର୍ମାସିଷ୍ଟ ପଦ୍ମଚରଣ ବେହେରା, ସନ୍ତୋଷ କୁମାର ମହନ୍ତ, ଏଲଏଚଭି ଉମାଦିନୀ ସାଗର, ଆଶା ମା’ ଅହୋଲ୍ୟା ନାଗ, ଆଙ୍ଗନବାଡି କର୍ମୀ ନଳିନୀ ଜୁଏଡ, ବିଜୟ ଲକ୍ଷ୍ମୀ ଦାସ, ସିଆରସିସି ଦିନେଶ ମହାନନ୍ଦ, ଫାୟାର ଅଫିସର ଅସିତ କୁମାର ଜେନା, ଫାୟାରମେନ ଉମାଶଙ୍କର ଶବର, ଅମ୍ବରିଶ ପଣ୍ଡା, ଥାନା ଆଇ.ଆଇ.ସି. ସତ୍ୟଜିତ କାଣ୍ଡେଲକର, ଏ.ଏସ.ଆଇ. ପଂଚାନନ ଖୁଆସ. ଦିଲିପ କଅଁର,ଏ.ଏସ.ଆସ. ଭାଗବତ ପ୍ରସାଦ ସାଏ, ଏସ.ଆର.ଏ. ରବିନାରାୟଣ ତ୍ରିପାଠୀଙ୍କୁ ସମ୍ମାନିତ କରାଯାଇଛି । ଏହି ଅବସରରେ ଏନ.ଏ.ସି. ନିର୍ବାହୀ ଅଧିକାରୀ ବିଷ୍ଣୁପ୍ରିୟା ମିଶ୍ର, ପୋଲିସ ଏସ.ଡି.ପି.ଓ. ସରୋଜ କୁମାର ମହାପାତ୍ର, ତହସିଲଦାର ଅଶୋକ କୁମାର ମାଝି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସ୍ୱାଧୀନତା ଦିବସର କାର୍ଯ୍ୟକ୍ରମଟିକୁ ଅଧ୍ୟାପକ ସତ୍ୟବ୍ରତ ମିଶ୍ର ପରିଚାଳନା କରିଥିବା ବେଳେ ନୋଡାଲ ଅଫିସର ଚନ୍ଦ୍ରଶେଖର ଭୋଇ ସହଯୋଗ କରିଛନ୍ତି । ଏହା ବାଦ ସହରର ବିଭିନ୍ନ ଅନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ ତଥା ଅଫିସ, ବ୍ୟାଙ୍କରେ ନିର୍ଦ୍ଧିଷ୍ଟ ଅଧିକାରୀଙ୍କ ଦ୍ୱାରା ସ୍ୱାଧୀନତା ଦିବସ ପାଳିତ ହୋଇଛି । ଏପରିକି ତହସିଲ ଅଫିସରେ ତହସିଲଦାର ଅଶୋକ ମାଝି, ଏସ.ଡି.ପି.ଓ. ଅଫିସରେ ଏସ.ଡି.ପି.ଓ. ସରୋଜ ମହାପାତ୍ର, ଥାନାରେ ସତ୍ୟଜିତ କାଣ୍ଡେଲକର, କେ.ଭି କଲେଜରେ ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ର, ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଅଧ୍ୟକ୍ଷ ରାଜେନ୍ଦ୍ର ପୁରୋହିତ, ଭାଜପା କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଶିବାଜି ମହାନ୍ତି,ଲକ୍ଷ୍ମ୍ଣ ବାଗ, କଂଗ୍ରେସ କାର୍ଯ୍ୟାଳୟରେ ବିଧାୟକ ସାଲୁଜା, ବିଜେଡି କାର୍ଯ୍ୟାଳୟରେ ମଧ୍ୟ ଜାତୀୟ ପତକା ଉତ୍ତୋଳନ କରି ସ୍ୱାଧୀନତା ଦିବସ ପାଳନ କରିଛନ୍ତି ।