jayashree

ଏନ୍‌ଏସି ପକ୍ଷରୁ ପରିମଳ ସ୍ଵଛତା ହିଁ ସେବା କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସ୍ୱଛତା ଅଭିଯାନରେ ମିଳିତ ଭାବେ ଏକତ୍ରିତ ହୋଇ ୧ ଅକ୍ଟୋବରରେ ଏକ ଘଣ୍ଟା ଶ୍ରମ ଦାନ କରି ପୂଜ୍ୟ ମହାତ୍ମାଗାନ୍ଧୀକୁ ଶ୍ରଦ୍ଧାଞ୍ଜଳି ଦିୟନ୍ତୁ କାର୍ଯ୍ୟକ୍ରମରେ ସମସ୍ତ ଜନସାଧାରଣ ଗୋଟିଏ ଘଣ୍ଟା ସହରର ସ୍ୱଛତା ପାଇଁ ଏହି ବାର୍ତ୍ତାକୁ ଅନୁକରଣ କରି ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସହର ପରିମଳ ଓ ସ୍ଵଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷା ପ୍ରତିଭା ପାଢ଼ୀଙ୍କ ତତ୍ୱାବଧାନରେ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ରଙ୍କ ସହଯୋଗ ପରିମଳ ବିଶେଷଜ୍ଞ ସୁମିତ କୁମାର ବେହେରାଙ୍କ ନେତୃତ୍ୱରେ ଏନ୍‌ଏସି କର୍ମଚାରୀ ବୃନ୍ଦ, ସଫେଇ କର୍ମଚାରୀ, ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀ, ସ୍ଵଛ ସାଥୀ ଏଥିରେ ସାମିଲ ହୋଇ ଶ୍ରମଦାନ କରି ବଡବଜାର, ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମ ପରିସର ସଫେଇ କରିଥିଲେ । ଏହି ଅବସରରେ ସ୍ଵଛତାକୁ ନେଇଜନ ସଚେତନତା ସୃଷ୍ଟି କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଏନ୍‌ଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀ ସହରର ବିକାଶ, ପରିମଳକୁ ଗୁରୁତ୍ୱ ଦେବା ପାଇଁ ସହରବାସୀଙ୍କୁ ବୁଝାଇବା ସହ ଦେକାନଗୁଡିକର ଚତୁର୍ପାଶ୍ୱ ପରିଷ୍କାର ରଖିବା ପାଇଁ କହିଥିଲେ । ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ଓ କାଉନସିଲର ଅନୁପସ୍ଥିତ ରହିଥିବା ନେଇ ସହରରେ ଆଲୋଚନା ହୋଇଥିବା ଲକ୍ଷ୍ୟ କରାଯାଇଥିଲା ।

Leave A Reply

Your email address will not be published.