ରାଉରକେଲା କଲେଜରେ ‘ସ୍ୱଚ୍ଛତା ପାଇଁ ଶ୍ରମଦାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର -୪ ସ୍ଥିତ ରାଉରକେଲା କଲେଜର ରାଷ୍ଟ୍ରୀୟ ସେବା ଯୋଜନାର ସଂଯୁକ୍ତ ଶାଖା ତରଫରୁ ପ୍ରୋଗ୍ରାମ ଅଫିସର କରୁଣାକର ପାଟ୍ଟଶାଣୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ‘ସ୍ବଚ୍ଛତା ପାଇଁ ଶ୍ରମଦାନ’ ଓ ଶପଥ ପାଠ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷା ସୁଜାତା ପ୍ରଧାନଙ୍କ ମାର୍ଗଦର୍ଶନ ତଥା ବାଳିକା ବିଭାଗର ପ୍ରୋଗ୍ରାମ ଅଫିସର ରଶ୍ମିପ୍ରଭା ମଥାନଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ବେଚ୍ଛାସେବୀ ଯୋଗଦେଇ କଲେଜ କ୍ୟାମ୍ପସ୍ ଏବଂ ତତ୍ ସଂଲଗ୍ନ ଅଞ୍ଚଳରେ ସ୍ବଚ୍ଛତା ପାଇଁ ଏକ ଘଣ୍ଟାର ଶ୍ରମଦାନ କରିବା ସହ ନିଜ ନିଜର ଘର, ବସ୍ତି, ଗାଁ, ସହରକୁ ସ୍ବଚ୍ଛ ତଥା ସୁନ୍ଦର ରଖିବା ପାଇଁ ଶପଥ ପାଠ କରିଥିଲେ । ‘ସ୍ବଚ୍ଛତା ହିଁ ସେବା’- ଏହି ସଙ୍କଳ୍ପ ନିମନ୍ତେ ବରିଷ୍ଠ ପ୍ରାଧ୍ୟାପକ ଡଃ ରବୀନ୍ଦ୍ର କୁମାର ଜେନା, ସହକାରୀ ପ୍ରାଧ୍ୟାପିକା ଭାରତୀ ବରୱା, ସହକାରୀ ପ୍ରାଧ୍ୟାପକ ବନବିହାରୀ କିଷାନ, ସହକାରୀ ପ୍ରାଧ୍ୟାପକ ମନୋଜ କୁମାର ଦଳାଇ, ଅଧ୍ୟାପିକା ବୈଜୟନ୍ତୀ ବାରିକ ଏବଂ ଅଧ୍ୟାପକ ଜିତେନ୍ଦ୍ର ଡାକୁଆ ସ୍ବେଚ୍ଛାସେବୀମାନଙ୍କୁ ପ୍ରେରିତ କରିଥିଲେ । ଅନିତା ଜଗଦ୍ଦେବ, ଅଜୟ ଗୌଡ, ଗୋପାଳକୃଷ୍ଣ ଦାଶ, ହିମାଂଶୁ ନାୟକ, ଛବିଳ ସେଠୀ, ସୌମ୍ୟରଞ୍ଜନ ମହାନ୍ତି, ଲିପ୍ସା ବଳିଆର ସିଂହ, ତପସ୍ଵିନୀ କୁମ୍ଭାର, ସୁଶ୍ରୀରେଖା ବେହେରା, ସୋନାଲି ମହାନନ୍ଦ, ଭାରତୀ ବେହେରା, ସନ୍ଧ୍ୟାରାଣୀ ବେହେରା, ଅଙ୍କିତା ବାର୍ଲା, ଶିବାନୀ କେର୍କେଟା, ସଂଗୀତା କିସପଟା, ମାଳତୀ ଲାକ୍ରା, ସୁସ୍ମିତା ଓରାମ, ବିରାସମୁନି ମିଞ୍ଜ, ପ୍ରିୟଙ୍କା ବାର୍ଲା ପ୍ରମୁଖ ବହୁ ସ୍ବେଚ୍ଛାସେବୀ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.