ସରକାରୀ ଚାକିରୀ ଛାଡି ପନିପରିବା ଚାଷ କରି ନିଜେ ସ୍ୱାବଳମ୍ବୀ ହେବା ସହ ଅନ୍ୟ ୧୦ ଗୋଟି ପରିବାରଙ୍କୁ ଦେଇଛନ୍ତି ଆତ୍ମନିର୍ଭରଶୀଳ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଚାଷ କାମ ଯାହାର କେଡେ ସୁଖ ତାହାର । ଏହି ଉକ୍ତିକୁ ଠିକ୍‌ ଭାବରେ ବୁଝିଛନ୍ତି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ଗାଁର ଯୁବ ଚାଷୀ କମ୍ବୁପାଣି ପୋଡ଼ । ଚାଷ ପ୍ରତି ତାଙ୍କର ବହୁତ ଆଗ୍ରହ । ନିଜର ପରିଶ୍ରମ କରି ଏକର ଏକର ଚାଷ ଜମିରେ ପନିପରିବା ଚାଷ କରି ଏବେ ନିଜେ ସ୍ୱାବଲମ୍ବି ହେବା ସହ ଗାଁ ର ଅନେକ ପରିବାରକୁ ରୋଜଗାର ଯୋଗାଇ ଦେଇଛନ୍ତି । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବେଲପଡ଼ା ଗାଁର କମ୍ବୁପାଣି ପୋଡ଼ । ସେ ପାଠପଢି ଅଂଚଳର ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି । ସେ ବେଲପଡ଼ା ପଞ୍ଚାୟତ ହାଇସ୍କୁଲରେ ପୂର୍ବରୁ ପିଅନ ଚାକିରୀ କରୁଥିଲେ । ହେଲେ ଚାକିରୀ କରିବାକୁ ଇଚ୍ଛା ନ କରି ପରବର୍ତ୍ତୀ ମୁହୁର୍ତ୍ତରେ ସେ ଚାକିରୀକୁ ଛାଡି ଦେଇଥିଲେ । ପରେ ନିଜ ଗାଁ ବେଲପଡ଼ାରେ ବିଭିନ୍ନ ପନିପରିବା ଚାଷ ୫ ଏକର ଜମିରେ କାର୍ଯ୍ୟ ଜାରି ରଖିଛନ୍ତି । ଲକ୍ଷାଧିକ ଟଙ୍କା ଖର୍ଚ୍ଚକରି ଚାଷବାସ କରିଥାନ୍ତି । ସେଥିରୁ ଭଲ ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରନ୍ତି । ସରକାରଙ୍କ ପକ୍ଷରୁ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ସାହାର୍ଯ୍ୟ ମିଲିନଥିବା ସେ ପ୍ରକାଶ କରିଛନ୍ତି । ଏମାନେ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ପଞ୍ଚାୟତ ସର୍ଦ୍ଦାପୁର ଗାଁ ର ଶ୍ରମିକ । ଏହି ଶ୍ରମିକ ମାନେ ପୂର୍ବରୁ ଅନ୍ୟ ବିଭିନ୍ନ ଗାଁରେ କାମ କରୁଥିଲେ । ଏବେ କମ୍ବୁପାଣିଙ୍କ ପନିପରିବା ବଗିଚାରେ କାମ କରୁଛନ୍ତି । କମ୍ବୁପାଣି ନିଜେ ସ୍ୱାବଲମ୍ବି ହେବା ସହ ଆଉ ୧୦ ଗୋଟି ପରିବାରକୁ ରୋଜଗାର ଦେଉଛନ୍ତି । ଗାଁରେ କାମ ପାଇ ଶ୍ରମିକ ମାନେ ମଧ୍ୟ ଖୁସି ହୋଇ ଆଉ ବାହାର ରାଜ୍ୟକୁ ଖଟିବା ପାଇଁ ଯାଉ ନଥିବା କହୁଛନ୍ତି । ଏ ନେଇ ବ୍ଲକ ଉଦ୍ୟାନ ବିଭାଗ ଅଧିକାରୀ ସୁନୀଲ ମାଝୀ କହିଛନ୍ତି ଆଗାମୀ ଦିନରେ ସରକାରୀ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସେ ବିଦ୍ୟାଳୟରେ କର୍ମଚାରୀ ସମୟରେ ପରାଧୀନ ଓ ଚାଷକାମ କରି ନିଜେ ସ୍ୱାଧୀନ ଭାବେ ଚାଷବାସ କରି ପରିବାର ପ୍ରତିପୋଷଣ କରୁଛନ୍ତି । ବର୍ତ୍ତମାନ କମ୍ବୁପାଣି ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ନିଜସ୍ୱ ଖର୍ଚ୍ଚରେ ସେ ଏଭଳି ପନିପରିବା ଚାଷ କରୁଥୁବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ସାହାଯ୍ୟ ମିଳିଲେ ସେ ଆହୁରି ଆଗକୁ ବଢ଼ି ପାରନ୍ତେ ବୋଲି ଚର୍ଚ୍ଚା ହେଉଛି । ଯୁବ ଚାଷୀଙ୍କୁ ରାଜ୍ୟ ସରକାର ପ୍ରୋତ୍ସାହନ ଦେଲେ ଆହୁରି ଚାଷକରି ଅଧିକ ଟଙ୍କା ରୋଜଗାର କ୍ଷମ ହୋଇପାରନ୍ତି ବୋଲି ଆଶା ରଖିଛନ୍ତି ।

Leave A Reply

Your email address will not be published.