oom

ଭାରତରତ୍ନ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଓ ସୁଶାସନ ଦିବସ ପାଳନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତ ବର୍ଷର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ ତମ ଜୟନ୍ତୀ ପାଇକମାଲ ଠାରେ ସାଂସଦ ପ୍ରଦୀପ ପୁରୋହିତଙ୍କ ବାସଭବନ ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି । ଏହି ଦିବସକୁ ସରକାର ସୁଶାସନ ଦିବସ ରୂପେ ଘୋଷଣା କରିଛନ୍ତି । ଆଜିଠାରୁ ଏକ ବର୍ଷ ପର୍ଯ୍ୟନ୍ତ ଏହା ଚାଲୁ ରହିବ । ଜୟନ୍ତୀ ଉତ୍ସବରେ ଅଟଳ ବିହାରୀ ବାଜପେୟୀଙ୍କ ଫଟୋଚିତ୍ର ପୁଷ୍ପମାଲ୍ୟ ଅର୍ପଣ ସହ ସ୍ମୃତିଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ, ସରୋଜ ସାମଲ, କୈଳାଶ ଦିଶ୍ରୀ, ରାଜକିଶୋର ସାହୁ, ସୁଶାନ୍ତ ନାଗ, ରୋଶନ ପାଣିଗ୍ରାହୀ, ଡୋଲାମଣି ବଢେଇ, ନିଳାଞ୍ଚଳ ଦରୱାନ, ସତ୍ୟ ବେହେରା, ରାଜେନ୍ଦ୍ର ସେଠଙ୍କ ସମେତ ପଦ୍ମପୁର, ପାଇକମାଲ, ଝାରବନ୍ଧ, ଗାଇସିଲେଟ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.